ଏସିଡ୍ ବିକିବାରୁ ଦିଲ୍ଲୀ ମହିଳା କମିଶନଙ୍କ ଫ୍ଲିପକାଟ୍ ଓ ଆମାଜନକୁ ନୋଟିସ୍

ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ ମାଡ । ବିଚ୍ ରାସ୍ତାରେ ଜନଗହଳି ଭିତରେ ଦିଲ୍ଲୀରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡି ଫିଙ୍ଗିବା ଘଟଣା ନେଇ ହଇଚଇ ସୃଷ୍ଟି ହୋଇଛି । ଜନଗହଳିରେ ଏଭଳି ଭୟଙ୍କର ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଅନଲାଇନ ଶପିଂ ସାଇଟ ଫ୍ଲିପକାଟ୍ରୁ କେମିକାଲ୍ ଅର୍ଡର କରିଥିବା ଜଣାପଡିଛି । ଏଥିରୁ ଜଣାପଡୁଛି ଯେ, କିଭଳି ଭାବେ ଅତି ସହଜରେ ଅନଲାଇନ ହେଉ କି ଦୋକାନରେ ଏସିଡ୍ ମିଳୁଛି ଓ ଲୋକମାନେ ମଧ୍ୟ ଏହାକୁ କିଣୁଛନ୍ତି । ସୁୁପ୍ରିମକୋର୍ଟଙ୍କ ବ୍ୟାନ ସତ୍ୱେ ମଧ୍ୟ ଅନ୍ଲାଇନ କିମ୍ବା ଦୋକାନରେ ଏହା ବିକ୍ରି ହେଉଛି । ଅତି ସହଜରେ ଏସିଡ୍ ଉପଲବ୍ଧ ହେଉଥିବାରୁ ଏନେଇ ଦିଲ୍ଲୀ ମହିଳା କମିଶନ ଏନେଇ ଫ୍ଲିପକାଟ୍ ଓ ଆମାଜନକୁ ନୋଟିସ୍ କରିଛନ୍ତି । ସୂଚନାଥାଉ କି, ବୁଧବାର ଦିନ ଦକ୍ଷିଣପଶ୍ଟିମ ଦିଲ୍ଲୀର ଦ୍ୱାରକାରେ ସ୍କୁଲ ଯିବା ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଛିଡା ହୋଇଥିଲେ । ଏହି ସମୟରେ ମୁଖା ପିନ୍ଧି ୨ଜଣ ବ୍ୟକ୍ତି ବାଇକରେ ଆସି ଛାତ୍ରୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ । ଏହାପରେ ଛାତ୍ରୀଙ୍କୁ ଯନ୍ତ୍ରଣା ହେବାରୁ ସେଠାରୁ ସେ ପ୍ରାଣ ବିକଳରେ ଦୌଡି ପଳାଉଥିବା ଦେଖିବାକୁ ମିଳିଥିଲା । ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି । ଘଟଣାର ମାଷ୍ଟରମାଇଣ୍ଡ ସଚିନ ଆରୋରା ବୋଲି ଜଣାପଡିଛି । ଗତ ସେପ୍ଟେମ୍ବରରେ ସମ୍ପୃକ୍ତ ଛାତ୍ରୀଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପ୍ରତିଶୋଧ ନେବା ପାଇଁ ସେ ହରଶିତ୍ ଅଗ୍ରୱାଲ ଓ ବୀରେନ୍ଦ୍ର ସିଂ ଙ୍କ ସହାୟତା ନେଇଥିଲେ । ଛାତ୍ରୀଙ୍କ ଉପରକୁ ସଚିନ ଓ ହରଶିତ ଏସିଡ ଫିଙ୍ଗି ଥିବାବେଳେ ବୀରେନ୍ଦ୍ର ସଚିନଙ୍କ ସ୍କୁଟର ଓ ମୋବାଇଲ ଫୋନର ଲୋକେସନ ବଦଳାଇ ଥିଲେ । ପୋଲିସକୁ ଭୂଆଁ ବୁଲାଇବା ପାଇଁ ସେ ଏପରି କରିଥିଲେ । ଘଟଣାର ୧୨ଘଂଟା ପରେ ପୋଲିସ୍ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା କରିବା ଜଣାପଡିଛି କି ସେ ଅନଲାଇନରୁ ଅର୍ଡର କରିଥିଲେ । ସଚିନ ଫ୍ଲିପକାଟ୍ରୁ ଏହାକୁ ଅର୍ଡର କରିବା ସହ ଇ- ୱାଲେଟ୍ ରେ ପେମେଂଟ କରିଥିଲେ । ଦେଶରେ ଏସିଡ ଆକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ସୁପ୍ରିମକୋର୍ଟ କାଉଂଟରେ ଏସିଡ୍ ବିକ୍ରି ଉପରେ ବ୍ୟାନ୍ ଲଗାଇଥିଲେ । ଲାଇସେନ୍ସ ନଥିବା ଦୋକାନୀ ଏହାକୁ ବିକ୍ରି କରିପାରିବେ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ଏସିଡ୍ କିଣିବେ ସେମାନେ ଏହାର କାରଣ ଓ ପରିଚୟ ପ୍ରମାଣ ପତ୍ର ଦେବେ ବୋଲି ମଧ୍ୟ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ବ୍ୟାନ୍ ସତ୍ୱେ ଖୁଲମଖୁଲା ମାର୍କେଟ, ଅନଲାଇନରେ ଏସିଡ୍ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

You May Also Like

More From Author

+ There are no comments

Add yours