ଭଗବାନଙ୍କ ସହ ବାହାଘର!

୧୬ଶହ ଶତାଦ୍ଧୀର ମୀରାବାଇ । ଯିଏ ଦିନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଭକ୍ତି କରିଥିଲେ । ସେହି ମୀରାଙ୍କ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ । ଶ୍ରୀକୃଷ୍ଣଙ୍କ ପ୍ରେମରେ ନିଜକୁ ହଜେଇ ଦେଇଥିଲେ । କୃଷ୍ଣଙ୍କୁ ନିଜର ସବୁ କିଛି ମାନି ନେଇ ଥିଲେ ମୀରା । ଘର, ପରିବାର, ସମାଜ ସମସ୍ତଙ୍କୁ ପର କରି କୃଷ୍ଣଙ୍କ ଭକ୍ତିରେ ନିଜକୁ ଲୀନ କରି ଦେଇଥିଲେ । ଆଜି ବି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ମୀରାଙ୍କ ଭକ୍ତିଭାବକୁ ସମସ୍ତେ ମନେ ପକାଇଥାନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଆଉ ଜଣେ ମୀରାଙ୍କ କାହାଣୀ କହିବାକୁ ଯାଉଛୁ । ସେ ହେଉଛନ୍ତି ଏହି କଳିଯୁଗର ମୀରା । ଯିଏକି ଭଗବାନ ବିଷ୍ଣୁଙ୍କୁ ମିଳିଯାଇଛନ୍ତି । ସେ ହେଉଛନ୍ତି ରାଜସ୍ଥାନର ପୂଜା ସିଂହ । ତାଙ୍କ ବିବାହକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସମସ୍ତଙ୍କ ପାଟିରେ କେବଳ ସେହି ବିବାହର କଥା । ସୋସିଆଲ ମିଡିଆରେ ବି ଏନେଇ ଖୁବ୍ ଭାଇରାଲ ହେଉଛି । ରାଜସ୍ଥାନର ପୂଜା ସିଂହ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରିନେଇଛନ୍ତି । ହୁଏତ ଆପଣ ଏହାକୁ ବିଶ୍ୱାସ କରୁନଥିବେ କିନ୍ତୁ ଏହା ସତ । ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ପୁରା କାହଣୀ । ରାଜସ୍ଥାନ ଜୟପୁରର ଗୋବିନ୍ଦଗଡ ନିକଟ ନରସିଂହପୁର ଗାଁର ପୂଜା ସିଂହ । ଡିସେମ୍ବର ୮ରେ ଗାଁ ମନ୍ଦିରରେ ବିରାଜମାନ ଥିବା ଭଗବାନ ବିଷ୍ଣୁଙ୍କୁ ବିବାହ କରିଛନ୍ତି ପୂଜା । ମନ୍ଦିରରେ ଯାଇ ବୈଦିକ ରୀତିନୀତିରେ ଭଗବାନଙ୍କୁ ବିବାହ କରିଛନ୍ତି । ହୋମ ନିଆଁକୁ ସାକ୍ଷୀ ରଖି ବିଷ୍ଣୁଙ୍କ ନାଁରେ ନିଜ ମଥାରେ ସିନ୍ଦୁର ନାଇଁ ସଧବା ବେଶରେ ସଜେଇ ହୋଇଛନ୍ତି ପୂଜା । ଏବେ ସେ ବାପ ଘରେ ରହୁଥିବାରୁ ସକାଳୁ ଉଠି ଭୋଗ ବନାଇ ଠାକୁରଙ୍କ ପାଇଁ ନେଇ ଯାଉଛନ୍ତି ପୂଜା । ସନ୍ଧ୍ୟାରେ ବି ଠାକୁରଙ୍କ ନିକଟକୁ ଯାଇ ଦର୍ଶନ କରିବା ସହ ସମୟ ବିତାନ୍ତି । ପରମେଶ୍ୱରଙ୍କୁ ହିଁ ନିଜର ସ୍ୱାମୀ ବୋଲି ମାନି ନେଇଛନ୍ତି ଏ ଯୁଗର ମୀରାବାଇ । ହେଲେ ଏହାପଛରେ ଆଉ ଏକ ରହସ୍ୟ ରହିଛି ।

ସାରା ଜୀବନ ସଧବା ହୋଇ ରହିବାକୁ ଏଭଳି ନିଷ୍ପତି ନେଇଛନ୍ତି ପୂଜା । କାରଣ ଜନ୍ମ ମୃତ୍ୟୁ ଚକ୍ରଠାରୁ ଉଦ୍ଧ୍ୱର୍ରେ ଭଗବାନ । ସେ ସବୁଦିନ ପାଇଁ ଅମର । ତେଣୁ ଠାକୁରଙ୍କୁ ବିବାହ କଲେ ସେ ସାରା ଜୀବନ ପାଇଁ ସଧବା ହୋଇ ରହିବେ । ଏହି ବିଶ୍ୱାସ ନେଇ ବିଷ୍ଣୁଙ୍କ ପୂଜାରେ ନିଜକୁ ସମର୍ପି ଦେଇଛନ୍ତି ପୂଜା ।……..ଏବେ ଆସନ୍ତୁ ଜାଣିବା ଏଭଳି ନିଷ୍ପତି ପୂର୍ବରୁ ବିବାହକୁ ନେଇ କିଭଳି ଥିଲା ପୂଜା ସିଂହଙ୍କ ସଂଘର୍ଷ । ପିଲାଟି ଦିନରୁ ଭଗବାନଙ୍କ ପ୍ରତି ପୂଜାଙ୍କ ଥିଲା ଅଗାଢ ବିଶ୍ୱାସ, ଭକ୍ତି ଓ ଭଲପାଇବା । ତେଣୁ ଏହାକୁ ସାରାଜୀବନ ବ୍ରତ ଭାବେ ସ୍ୱୀକାର କରିନେଇଛନ୍ତି ପୂଜା । ଭକ୍ତି ଭାବରେ ନିଜକୁ ହଜାଇ ମୀରାଙ୍କ ପରି ଭଗବାନଙ୍କ ପ୍ରମରେ ବିଭୋର ହୋଇଛନ୍ତି ସେ । ତେଣୁ ସେ ବିବାହ ନ କରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ସମାଜର ଟାହି ଟାପରା ତାଙ୍କୁ କଷ୍ଟ ଦେଇଥିଲା । ଯାହାଫଳରେ ସେ ଏଭଳି ବିବାହ କରିବାକୁ ବାଧ୍ୟ ହେଲେ । ଏନେଇ ତାଙ୍କ ମାଙ୍କୁ ପ୍ରଥମେ ଜଣାଇବା ପରେ ସମସ୍ତେ ଚକିତ ହୋଇଯାଇ ଥିଲେ । ପରେ ଘର ଲୋକ ଏଥିପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ତାଙ୍କ ବାପା ଏହାକୁ ନେଇ ଅରାଜି ପ୍ରକାଶ କରିଥିଲେ । ସେ ଏହି ବିବାହକୁ ଗ୍ରହଣ କରିନଥିଲେ । ଏଥିପାଇଁ ଏହି ବିବାହରେ ସାମିଲ ହୋଇନଥିଲେ ପୂଜାଙ୍କ ବାପା । କିନ୍ତୁ ଏହାର କିଛି ବି ପ୍ରଭାବ ପଡିନଥିଲା ପୂଜାଙ୍କ ଉପରେ । ସମାଜ ଏହାର ମଜାକ ଉଡାଇପାରେ କିନ୍ତୁ ସେ ଭଗବାନଙ୍କୁ ନିଜର ସ୍ୱାମୀ ଭାବେ ମାନି ନେଇଛନ୍ତି ବୋଲି ଦୃଢୋକ୍ତିର ସହ କୁହନ୍ତି ପୂଜା । ରୀତିନିତି ଅନୁସାରେ ୩୧୧ବରଯାତ୍ରୀଙ୍କ ଗହଣରେ ପୂଜାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହରେ ଗଣେଶ ପୂଜନଠାରୁ ଆରମ୍ଭ କରି ମେହେନ୍ଦୀ, ହଳଦି, ଚାକଭାତ, ମହିଳା ସଙ୍ଗିତ ଓ ବିବାହର ସମସ୍ତ ପରମ୍ପରା ପାଳନ କାରାଯାଇଛି । ମନ୍ତ୍ର ପାଠ କରିବା ସହ ପଡିଥିଲା ହାତଗଣ୍ଠି । ବାପା ଆସିନଥିଲେ ମଧ୍ୟ ଝିଅର କନ୍ୟା ଦାନ କରିଥିଲେ ତାଙ୍କ ମା । ଭଗବାନ ବିଷ୍ଣୁଙ୍କୁ ଝିଅ ଘର ତରଫରୁ ପୋଷାକ ଏବଂ ସିଂହାସନ ପ୍ରଦାନ କରାଯାଇ ଥିଲା । ଆଉ ଶେଷରେ ବିଦାୟୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଭଗବାନ ବିଷ୍ଣୁଙ୍କୁ ବିବାହ କରିବା ସହ ୭ ଜନ୍ମ ପାଇଁ ସାଥି ହୋଇଯାଇଛନ୍ତି ପୂଜା । ବାଧାବନ୍ଧନ ସତ୍ୱେ ଭକ୍ତ ଓ ଭଗବାନଙ୍କ ହୋଇଛି ମିଳନ । ମୀରାବାଇ ସାଜି ବିଷ୍ଣୁଙ୍କ ସେବାରେ ନିଜକୁ ଉତ୍ସର୍ଗୀ ଦେଇଛନ୍ତି ପୂଜା ସିଂହ ।

You May Also Like

More From Author

+ There are no comments

Add yours