ବାଣପୁର ରୁରାଲ ଓମେନ୍ସ କଲେଜରେ ଖେଳ ପ୍ରତିଯୋଗିତା

ବାଣପୁର ରୁରାଲ ଓମେନ୍ସ କଲେଜରେ ଖେଳ ପ୍ରତିଯୋଗିତା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଓମେନ୍ସ କଲେଜରେ ବିଭିନ୍ନ ବିଭାଗର ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ଆଠଟି ଇଭେଣ୍ଟରେ ଶହେରୁ ଉର୍ଦ୍ଧ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି ।ଏହି ଖେଳାଳି ମାନଙ୍କ ମଧ୍ୟରୁ କୃତୀ ଛାତ୍ରୀ ଙ୍କୁ ସାର୍ଟିିଫିକେଟ ଓ ମେଡାଲ ସହ ସମ୍ମାନିତ କରାଯାଇଛି l ମୁଖ୍ୟ ଅତିଥି ରୂପେ ବାଣପୁର ଏନ.ଏ.ସି. ଚେୟାରମ୍ୟାନ ମିଟୁ ନାୟକ ପ୍ରତିଯୋଗୀତା ଉଦଘାଟନ କରିଥିବା ବେଳେ ସଭାପତିତ୍ୱ କରିଥିଲେ ଅଧକ୍ଷା ଶ୍ରୀମତୀ ରଶ୍ମିତା ମହାନ୍ତ । ମଞ୍ଚ ପରିଚାଳନା କରିଥିଲେ କ୍ରୀଡା ସଂସଦ ଉପସଭାପତି ତଥା ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ। ମଞ୍ଚରେ ଉପସ୍ଥିତ ଥିଲେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ, ଭାଇସ ଚେୟାରମ୍ୟାନ ପ୍ରାଚୀପ୍ରଭା ସ୍ୱାଇଁ ଉପସ୍ଥିତ ଥିବା ବେଳେ କ୍ରୀଡ଼ାକୁ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ବିଭୁଦେନ୍ଦୁ ମାନସିଂ l

You May Also Like

More From Author

+ There are no comments

Add yours