ଆମେରିକା ତିଆରି କଲା ‘ନକଲି ସୂର୍ଯ୍ୟ’

ନକଲି ସୂର୍ଯ୍ୟ’ ତିଆରି କରିବାରେ ଆମେରିକୀୟ ବୈଜ୍ଞାନିକଙ୍କ ସଫଳତା। ଅନେକ ଦଶନ୍ଧି ଧରି ପ୍ରୟାସ ପରେ ଆମେରିକୀୟ ବୈଜ୍ଞାନିକମାନେ ‘ନକଲି ସୂର୍ଯ୍ୟ’ ତିଆରି କରିଥିବା ନେଇ ଘୋଷଣା କରିଛନ୍ତି। ଏହା ଅସଲି ସୂର୍ଯ୍ୟଠାରୁ ୧୦୦ ଗୁଣା ଅଧିକ ଉତ୍ତପ୍ତ। ଆମେରିକା ବୈଜ୍ଞାନିକମାନେ ଏହାକୁ ଏକ ବଡ଼ ଖୋଜ୍ ବୋଲି କହିଛନ୍ତି। ଆମେରିକା ଶକ୍ତି ବିଭାଗ ତରଫରୁ ମଙ୍ଗଳବାର କୁହାଯାଇଛି ଯେ, ଅନେକ ଦଶନ୍ଦି ପ୍ରୟାସ ମଧ୍ୟରେ ପ୍ରଥମ ଥର ନ୍ୟୁକ୍ଲିୟର ଫ୍ୟୁଜନ ଦ୍ବାରା ଅଧିକ ଉର୍ଜା ପ୍ରାପ୍ତ କରିବାରେ ସଫଳତା ହାସଲ ହୋଇଛି। ଅବଶ୍ୟ, ଏହି ଶକ୍ତି ଦ୍ବାରା ଭବିଷ୍ୟତରେ ଲୋକଙ୍କୁ ଫାଇଦା ମିଳିବ। କହିପାରିବା ଏଥିପାଇଁ ଆହୁରି ସମୟ ଲାଗିବ। ଏହାଦ୍ବାରା ସ୍ବଚ୍ଛ, ପ୍ରଦୂଷଣ ମୁକ୍ତ ଉର୍ଜା ଯୋଗାଣ ହୋଇପାରିବ। ଯାହା ଶସ୍ତା ଏବଂ ନିରବଚ୍ଛିନ୍ନ ଭାବରେ ମିଳିବ। ତେବେ ନ୍ୟୁକ୍ଲିୟର ଫ୍ୟୁଜନ୍‌ରେ ସଂପୂର୍ଣ୍ଣ ଭାବରେ ସଫଳ ହେବା ଉପରେ ଆହୁରି ଅଧିକ ଗବେଷଣା ଏବଂ ପରୀକ୍ଷଣର ଆବଶ୍ୟକତା ରହିଛି।

You May Also Like

More From Author

+ There are no comments

Add yours