ଚିଫ୍ ସେକ୍ରେଟାରୀଙ୍କୁ ଭେଟିଲେ କୃଷ୍ଣପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି

ଚିଲିକା। : ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି, କୃଷ୍ଣପ୍ରସାଦ ତରଫରୁ ଓଡିଶା ସରକାର ଙ୍କ ଚିଫ ସେକ୍ରେଟାରୀ ଙ୍କୁ ଭେଟିଛନ୍ତି । ସାତପଡ଼ା – ଜହ୍ନିକୁଦା ସେତୁ ନିର୍ମାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନ କରିଥିଲେ ସେତୁ ନିର୍ମାଣ ସମିତିର ସଦସ୍ୟ । ଆଲୋଚନା ପରେ ଖୁବ କମ ଦିନ ଭିତରେ ଆପ୍ରେଜାଲ କମିଟି ଆସି ଭିଜିଟ କରିବେ ବୋଲି ପ୍ରତିଶୃତି ମିଳିଛି । ଅନ୍ୟପଟେ ରାଜ୍ୟ ସରକାର ପ୍ରସ୍ତାବକୁ ନିଶ୍ଚିତ କାର୍ଯ୍ୟକାରୀ କରିବେ ଆଶ୍ୱାସନା ଦେଇଛନ୍ତି । ଏହି ଆଲୋଚନା ପରେ ସେତୁ ନିର୍ମାଣ ସମିତି ,ଅଧିକ ସହଯୋଗ କରିଥିବା କୃଷ୍ଣ ପ୍ରସାଦ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେତୁନିର୍ମାଣ ସମିତି ର ଅଧକ୍ଷ ଡ଼ଃ ଅଭିମନ୍ୟୁ ଜେନା, ସମ୍ପାଦକ ଆଡଭୋକେଟ ଶରତ କୁମାର ରାୟଗୁରୁ, କୃଷ୍ଣ ପ୍ରସାଦ ବ୍ଲକ ଅଧକ୍ଷ ପ୍ରତିନିଧି ବିଜୟ କୁମାର ତରେଇ, ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଜିଲ୍ଲାପରିଷଦ କେଳୁଚରଣ ଜେନା, ସମିତି ର କୋଷାଧକ୍ଷ ନବୀନ ଜେନା, ଚିଲିକା ପାରମ୍ପରିକ ମସ୍ୟଜୀବୀ ସଙ୍ଘ ର ସମ୍ପାଦକ କବିରାଜ ମାଝୀ, ଅଧ୍ୟାପକ ଭକ୍ତି ରଞ୍ଜନ ପଲେଇ, ଡା ଦେବେନ୍ଦ୍ର ନାଥ ତରେଇ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।

You May Also Like

More From Author

+ There are no comments

Add yours