
ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ୧୭ବର୍ଷରୁ ଓ ୧୪ବର୍ଷରୁ କମ ବାଳକ ବାଳିକାଙ୍କ ଭଲିବଲ,କବାଡି,ଫୁଟବଲ,ଖୋଖୋ,ଟେନି ସିଟ ଓ ଚେସ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବାଣପୁର ଶିକ୍ଷାଧିକାରୀ ତଥା ବ୍ଲକ କ୍ରୀଡା ସଭାପତି ସନାତନ ଜାଲି ପତିତପାବନ ସରକାରୀ ସ୍କୁଲରେ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ପତାକା ଉତ୍ତୋଳନ କରୀ ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ବ୍ଲକ ସ୍ତରୀୟ ସ୍କୁଲର ଖେଳ ଶିକ୍ଷକ ନିଜ ନିଜର କ୍ରୀଡାବିତ ମାନଙ୍କୁ ସାଙ୍ଗରେ ଆଣିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ଏ ବି ଓ ସି ଆର୍ ସି , ବି ଆର୍ ସି ସି ତଥା ଆୟୋଜକ ପତିତପାବନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ୧୯ଟି ଉଚ୍ଚ ବିଦ୍ୟାଳୟର ୩୦୦ ବାଳକ ବାଳିକା କ୍ରୀଡାବିତ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେଇଛନ୍ତି। କ୍ରୀଡାରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଉତ୍ସାହର ସହ ନିଜର ଖେଳ ପ୍ରଦର୍ଶନ କରୁଥିଲେ। ଆସନ୍ତା କାଲି ଏହି ପ୍ରତିଯୋଗିତା ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ।


