ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏବେ ବିବାଦରେ ତେଲ କମ୍ପାନି । ରାସ୍ତା କଡରେ ଲାଗିଛି ବଡ଼ ବଡ଼ ହୋର୍ଡିଙ୍ଗ । ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ । କରଞ୍ଜିଆ ସହର ସହ ଆଖପାଖ ଅଂଚଳରେ ମଧ୍ୟ ଲଗାଯାଇଛି ଏହି ହୋର୍ଡିଙ୍ଗ । ନିଜ ପ୍ରଡକ୍ଟକୁ ବିକ୍ରି କରିବାର ଏପରି ଉପାୟକୁ ଏବେ କରାଯାଉଛି ଟ୍ରୋଲ । ଯାହା ମହାମହିମ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦା ତଥା ବିଧିବ୍ୟବସ୍ଥାକୁ କ୍ଷୂର୍ଣ୍ଣ କରୁଥିବାର ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ କମ୍ପାନି ବିରୋଧରେ ଏତଲା ଦେଇଛନ୍ତି । ଏହା ସହ ଉଭୟ କମ୍ପାନି ଏବଂ ବିତରକଙ୍କ ବିରୋଧରେ ଦୃଷ୍ଠ କାର୍ଯ୍ୟାନୁଷ୍ଠନ ନେବା ପାଇଁ ମଧ୍ୟ ଦାବି ହୋଇଛି

You May Also Like

More From Author

+ There are no comments

Add yours