ବାଣପୁରରେ ହିଂସା ବିରୋଧ ସଚେତନତା ଅଭିଯାନ” ଉଦଯାପିତ

ବିଶ୍ୱ ମାନବଧିକାର ଦିବସ ଅବସରରେ ବାଣପୁରର ଅଗ୍ରଣୀ ସେବାସଂସ୍ଥା “ଏକତା ପରିଷଦ ଟ୍ରଷ୍ଟ ତରଫରୁ ଆରମ୍ଭ ହୋଇଥିବା ମହିଳା ହିଂସା ବିରୋଧ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଦୀର୍ଘ ୧୬ଦିନ ପରେ ଶାଳିଆ ଡ୍ୟାମ ନକଟରେ କାର୍ଯ୍ୟକ୍ରମର ଉଦଯାପନ କରାଯାଇଛି । ଦୀର୍ଘ ୧୬ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକର ବିଭିନ୍ନ ପଛୁଆ ଓ ଆଦିବାସୀ ଅଂଚଳରେ ମହିଳାମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆଦିବାସୀ ଅଂଚଳ ଓ ଦଳିତ ଗ୍ରାମ ସଂଗଠନର ସଭାପତି ଓ ମ୍ୟାନେଜିଂ ଟ୍ରଷ୍ଟି ସନ୍ଧ୍ୟା ଦେବୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମାଜ ସେବୀ ତଥା ଅବସରପ୍ରାପ୍ତ ଶିଶୁ ବିକାଶ ଅଧିକାରିଣୀ ଡା. ବିଦୁତପ୍ରଭା ରଥ, ଗଂଜାମ ଜିଲ୍ଲା ସାମାଜିକ ସଂସ୍ଥା ସଂପାଦକ ଶ୍ରୀ ଭାଲ୍ଲାପ୍ରସାଦ ଷଡଙ୍ଗୀ, ଦାମିଆ ପଂଚାୟତ ସରପଂଚ ଶ୍ରୀମତି ବୀଣାପାଣି ଷଣ୍ଢ ତଥା ସ୍ଥାନୀୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଶୋଷଣ ଓ ସେମାନଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଅନେକ ଉପାୟ ନେଇ ଶିକ୍ଷା ଦିଆଯାଇଥିଲା । ନିଜକୁ ବଂଚାଇବା ସହ ମହିଳା ମାନଙ୍କ ପ୍ରତି ହେଉଥିବା ଉତ୍ପୀଡନକୁ ବିରୋଧ କରିବା , ନିଜକୁ ନିର୍ଭୟ ଓ ଶକ୍ତିଶାଳୀ କରିବା ନେଇ ଉପଦେଶ ଦିଆଯାଇଥିଲା । ଅନ୍ୟାୟକୁ ସିଧାସଳଖ ବିରୋଧ ସହ ଆବଶ୍ୟକ ସ୍ଥଳେ ଆଇନ ଓ ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇବାକୁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବିସୀ ମହିଳା, ସ୍କୁଲ କଲେଜର ଛାତ୍ରୀ ଓ ଦଳିତ ମହିଳା ଉପସ୍ଥିତ ଥିଲେ। ଏକତା ପରିଷଦ ଟ୍ରଷ୍ଟର ଟ୍ରଷ୍ଟି ସନ୍ଧ୍ୟା ଦେବୀ ଓ କର୍ମକର୍ତା ଶୃଙ୍ଖଳତାର ସହ ସହଯୋଗ କରି ଦୀର୍ଘ ୧୬ଦିନର କାର୍ଯ୍ୟକ୍ରମ ଫଳପ୍ରଦ କରିବାରେ ସଫଳ ହୋଇଥିଲେ।

You May Also Like

More From Author

+ There are no comments

Add yours