ଆସୁଛି ବାତ୍ୟା, ତାମିଲନାଡୁରେ ଆର୍ଲଟ

ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ମାଣ୍ଡୋସ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଆଜି ମଧ୍ୟରାତ୍ର ସୁଦ୍ଧା କରିବ ଲ୍ୟଣ୍ଡଫଲ୍ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତୀ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେଇଛି । ଘଂଟାପ୍ରତି ୧୨କିମି ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ । ରିପୋର୍ଟ ଅନୁସାରେ କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦କିମି ଦୂରରେ ରହିଛି ଏହି ସାମୁଦ୍ରିକ ଝଡ ।

ବାତ୍ୟା ମାଣ୍ଡୋସ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଏନେଇ ତାମିଲନାଡୁରେ ହାଇ ଆର୍ଲଟ ଜାରି କରାଯାଇଛି । ଏହାର ପ୍ରଭାବରେ ଉତର ତାମିଲନାଡୁର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଘଂଟାପ୍ରତି ୬୫ରୁ ୭୫ କେବେ କେବେ ୮୫କମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମୁକାବିଲା ପାଇଁ ଏନଡିଆରଏଫ ଟିମ ମୁତୟନ କରାଯାଇଛି । ବାତ୍ୟା ମାଣ୍ଡୋସକୁ ଦୃଷ୍ଟିରେ ରଖି ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।

ତେବେ ଓଡିଶା ଉପରେ ଏହି ସମ୍ଭାବ୍ୟ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ପଡିବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବ । ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଓ ୧୧ରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

You May Also Like

More From Author

+ There are no comments

Add yours