ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ: ତୃତୀୟ ଦିବସକୁ ଉପଭୋଗ କଲେ ଦର୍ଶକ

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ (International Sand art Festival)ର ଆଜି ହେଉଛି ୩ୟ ଦିବସ । ଆଜି ବାଲୁକା ଶିଳ୍ପୀ ମାନେ ଇକୋ ପର୍ଯ୍ୟଟନ ଓ ପର୍ବପର୍ବାଣିକୁ ବାଲି ମାଧ୍ୟମରେ ଦେଖାଇଛନ୍ତି । ଇକୋ ପର୍ଯ୍ୟଟନରେ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ଓ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଶିଳ୍ପୀ ମାନେ ସ୍ଥାନ ଦେଇଥିବା ବେଳେ ପର୍ବପର୍ବାଣିରେ ଦୁର୍ଗା ପୂଜା, ଗଣେଶ ପୂଜା ଓ ବିଭିନ୍ନ ପର୍ବପର୍ବାଣି ସହିତ ବିଭିନ୍ନ ନୃତ୍ୟକୁ ସ୍ଥାନିତ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ । ଯାହା ଦେଖି ବେସ ଖୁସି ପ୍ରକଟ କରିଛନ୍ତି ପର୍ଯ୍ୟଟକ । ଓଡ଼ିଶା ସରକାର ବାଲୁକା ଚିତ୍ରକଳାକୁ ଏକ ଉତ୍ସବ କରି ଆୟୋଜନ ପ୍ରତିବର୍ଷ କରୁଥିବାରୁ ଦର୍ଶକ ଓ ବାଲୁକା ଚିତ୍ରଶିଳ୍ପୀ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମକୁ ବେଶ୍ ପ୍ରସଂସା କରିଛନ୍ତି । ଏହାଦ୍ବାରା ଓଡ଼ିଶାର କଳା ସଂସ୍କୃତି ସାରା ବିଶ୍ଵରେ ପହଞ୍ଚି ପାରିଥିବା ଦର୍ଶକ କହିଛନ୍ତି ।

You May Also Like

More From Author

+ There are no comments

Add yours