ପିଲାର ବ୍ୟକ୍ତିତ୍ୱରେ କାହା ଜିନ୍ ର ଗୁରୁତ୍ୱ ଅଧିକ?

ଏକ ଶିଶୁର ଗଠନରେ ଉଭୟ ପିତାମାତାଙ୍କର ଜିନ ଥାଏ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ ଗର୍ଭସ୍ଥ ଶିଶୁର ବ୍ୟକ୍ତିତ୍ୱ ଉପରେ ତା ମା’ଙ୍କ ଅପେକ୍ଷା ପିତାଙ୍କ ପ୍ରଭାବ ବେଶୀ ପଡିଥାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ପଛରେ ଜେନେଟିକ ଇଂଜିନିଅରିଂ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଗୋଟିଏ ଶିଶୁ ଜନ୍ମ ହୁଏ ତାକୁ ପୁଅ କିମ୍ବା ଝିଅ ଭାବରେ ଚିହ୍ନଟ କରାଯାଇଥାଏ । ଏହାପରେ ଲୋକମାନେ ତା ରୂପ ରଙ୍ଗ, ତା’ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଶେଇବାକୁ ଆରମ୍ଭ କରିଦିଅନ୍ତି । ପିଲାଟି କାହାପରି ଦେଖାଯାଉଛି ତାର ଗଢନ କାହା ଉପରେ ଯାଇଛି ସେ ସବୁ ବିଷୟରେ ଆଲୋଚନା ହୋଇଥାଏ । ଭିନ୍ନ ଲୋକଙ୍କର ଭିନ୍ନ ମତ ଥାଏ । କିନ୍ତୁ ସାଇନ୍ସ କହେ ଯେ ପିଲାମାନେ ନିଜ ମା ଅପେକ୍ଷା ବାପା ପରି ବେଶୀ ଦେଖାଯାନ୍ତି । ଆମେ ସମସ୍ତେ ଆମ ପିତାମାତାଙ୍କର ମିଶ୍ରଣ । ଆମର ଡି.ଏନ.ଏ ୫୦ ପ୍ରତିଶତ ମା ଏବଂ ଆଉ ୫୦ ପ୍ରତିଶତ ପିତାଙ୍କୁ ନେଇ ଗଠିତ । ବାସ୍ତବରେ ପିତାଙ୍କର ୬୦ ପ୍ରତିଶତ ଜିନ ତାଙ୍କ ପିଲାଙ୍କଠାରେ ମିଳିଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଏହି ଅନୁପାତ ସମାନ ନଥାଏ । ପ୍ରକୃତରେ ସନ୍ତାନମାନେ ଅଧିକାଂଶ ଜିନ ତାଙ୍କ ପିତାଙ୍କ ଠାରୁ ପାଇଥାନ୍ତି । ଯାହା କି ଗର୍ଭରେ ଶିଶୁର ବିକାଶ ରେ ତାଙ୍କ ମା ଙ୍କ ଜିନ ଅପେକ୍ଷା ପିତାଙ୍କ ଜିନ ବେଶୀ ସାହାଯ୍ଯ କରିଥାଏ । ଏପିଜେନେଟିକ ହେତୁ ଏହା ହୋଇଥାଏ । ଯାହା ଡି.ଏନ.ଏ ସ୍ଥିର କରିଥାଏ । ଏହା ଗୋଟିଏ ଛୁଆର ପିତା ଶୁକ୍ରାଣୁ ବଦଳାଇପାରେ ଯାହା ଗୋଟିଏ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇ ଥାଏ । ଏପିଜେନେଟିକ ଫ୍ୟାକ୍ଟର ଗୁଡିକ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଜିନ ତିଆରି କରିପାରିବ । ଏହା କେବଳ ଛୁଆର ଗଢଣ ବାପାଙ୍କ ପରି ହୋଇଛିକି ନାହିଁ ସେଥିରେ ସୀମିତ ନ ଥାଏ । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଭିନ୍ନ ଭିନ୍ନ ଅଭିବ୍ୟକ୍ତ ପିଲାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ମଧ୍ୟ ବଦଳେଇପାରେ । ଯଦି ପିଲାର ମା କିଛି ରୋଗରେ ପୀଡିତ ତେବେ ପିଲା ମଧ୍ୟ ସେହି ରୋଗରେ ପୀଡିତ ହୋଇପାର କିନ୍ତୁ ଯଦି ପିଲାର ବାପାଙ୍କର କୌଣସି ରୋଗ ଅଛି ତେବେ ଛୁଆକୁ ସେହି ରୋଗ ହୋବାର ସମ୍ଭାବନା ଅଧିକ ରହିଥାଏ । ଅର୍ଥାତ୍ ପିଲାଙ୍କ ଭିତରେ ପିତାଙ୍କ ଜିନ ଅଧିକ ଥାଏ । ଶିଶୁର ବ୍ୟକ୍ତିତ୍ୱରେ ପିତାଙ୍କ ଜିନ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

You May Also Like

More From Author

+ There are no comments

Add yours