୭ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ

ଟାଙ୍ଗୀ,୩/୧୨ : ପୁଣି ଚିଲିକାରେ ହୋଇଛି ପକ୍ଷୀ ଶିକାର। ଶୀତ ଋତୁରେ ଚିଲିକା ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିବା ବେଳେ ଚିଲିକାରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶିକାରୀ । ଗତକାଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନ ପୁରୀ ଜିଲ୍ଲାର ଗଡିଶାଗଦା ଥାନା ଅଧିନସ୍ଥ ଆଳିପଡା ଗାଁ ଚିଲିକା କୂଳରେ ପକ୍ଷୀଶିକାର ହେଉଥିବା ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ଚୂଡ଼ାରାଣୀ ମୁର୍ମୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ୭ ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ମୃତ ବିଦେଶୀ ପକ୍ଷୀ ଗୁଡିକ ଲାର୍ଜ ହୁଇସିଲିଂ ଡକ୍ ବୋଲି ସୂଚନା ମିଳିଛି । ପକ୍ଷୀ ମାନଙ୍କୁ କଇଁଫୁଲ ନାଡ଼ରେ ବିଷ ଦେଇ ପକ୍ଷୀ ମାନଙ୍କୁ ଶିକାର କରାଯାଇଥିବା ବନ୍ୟପ୍ରାଣୀ ବିଭାଗ ଅନୁମାନ କରୁଛି। ଗିରଫ ପକ୍ଷୀ ଶିକାରୀ ଜଣକ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଆଳିପଡା ଗ୍ରାମର ବିଜୟ ସାହୁ । ଏହି ଚଢ଼ାଉ ସମୟରେ ଭୂଷଣ୍ଡପୁର ଫରେଷ୍ଟର ଜିତେନ୍ଦ୍ରୀୟ ଜେନା,ପରେଷ୍ଟ ଗାର୍ଡ଼ ଭାନୁମତି ବେହେରାଙ୍କ ସମେତ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ସାମିଲ ଥିଲେ । ମୃତ ପକ୍ଷୀ ଗୁଡ଼ିକୁ ପଞ୍ଚନାମା ପାଇଁ ପଠାଇବା ସହ ଗିରଫ ପକ୍ଷୀ ଶିକାରୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।

You May Also Like

More From Author

+ There are no comments

Add yours