ପଦ୍ମ ଭୂଷଣରେ ସମ୍ମାନିତ ହେଲେ ସୁନ୍ଦର ପିଚାଇ

ପୁଣି ଚର୍ଚ୍ଚାରେ ସୁନ୍ଦର ପିଚାଇ। ଏଥର ଭାରତକୁ ନେଇ ‌ତାଙ୍କର ମନ୍ତବ୍ୟ ଏବେ ତାଙ୍କୁ ପ୍ରଶଂସାର ପାତ୍ର କରିଛି । ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ ରଖିଥାଏ । ଭାରତୀୟ-ଆମେରିକୀୟ ବ୍ୟବସାୟ ଓ ଉଦ୍ଦ୍ୟୋଗ କ୍ଷେତ୍ରରେ ୨୦୨୨ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ ହୋଇଛନ୍ତି । ୫୦ ବର୍ଷୀୟ ପିଚାଇଙ୍କୁ ସାନ ଫ୍ରାନ୍ସିସକୋରେ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଭାରତର ତୃତୀୟ ବଡ ବେସାମରିକ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ଏହି ଅବସରରେ ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ଏସ ସଂନ୍ଧୁ କହିଥିଲେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ଦେଇ ମୁଁ ଖୁସି ଅନୁଭବ କରୁଛି । ମଦୁରାରୁ ମାଉଣ୍ଟ ଆବୁ ପର୍ଯ୍ୟନ୍ତ ତାଙ୍କର ପ୍ରେରଣାଦାୟୀ ଯାତ୍ରା, ଭାରତ-ଆମେରିକା ଆର୍ଥିକ ଓ ଟେକନିକକୁ ମଜଭୁତ କରୁଛି ।

You May Also Like

More From Author

+ There are no comments

Add yours