Wed. Oct 14th, 2026

ଦୁନିଆର ଶକ୍ତିଶାଳୀ ଦେଶ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟତମ। ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି ଡିସେମ୍ବର ୨ ରେ ଲଞ୍ଚ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବିମାନ ୨୦୨୩ରେ ପ୍ରଥମ ଉଡ଼ାଣ କରିବ। ଏହା ପରେ ଆମେରିକାର ବାୟୁସେନା ଦୁନିଆର ଯେ କୌଣସି ଅଞ୍ଚଳରେ ଆକ୍ରମଣ କରିବାକୁ ସକ୍ଷମ ହେବ।

ରାଇଡର ବି-୨୧ ବିମାନ ହେଉଛି ଷଷ୍ଠ ପିଢ଼ିର ଏକମାତ୍ର ବିମାନ। ଯେତେବେଳେ କି, ରାଫେଲ ହେଉଛି ଚତୁର୍ଥ ଏବଂ ପଞ୍ଚମ ପିଢ଼ିର ବିମାନ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ବ୍ୟତୀତ କୌଣସି ଦେଶରେ ଷଷ୍ଠ ପିଢ଼ିର ବିମାନ ନାହିଁ। ଚାଇନା, ରୁଷିଆ, ବ୍ରିଟେନ ଏବଂ ଫ୍ରାନ୍ସ ପରି ବଡ ବଡ ଦେଶ ଏହି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ଏପରି ରାଡାର ନାହିଁ ଯାହା ରାଇଡର୍‌ ବି-୨୧ କୁ ଧରିପାରିବ। ଏହାର ସଫ୍ଟୱେର୍‌ ଏତେ ଅପଗ୍ରେଡ ହୋଇଛି ଯେ ଏହା ଯେ କୌଣସି ଦେଶ ଉପରେ ଆକ୍ରମଣ କରି ବିନା ଚିହ୍ନଟ ହୋଇ ଫେରିବାକୁ ସକ୍ଷମ। ଏହି ଯୁଦ୍ଧ ବିମାନ ହେଉଛି ଆମେରିକାର ବାୟୁସେନାର ବି-୧ ଏବଂ ବି-୨ ଗ୍ରୁପ ବିମାନର ଏକ ଅପଡେଟ ସଂସ୍କରଣ।

ସୂଚନା ଅନୁଯାୟୀ, ରାଇଡର ବି -୨୧ ହେଉଛି ଦୁନିଆର ସବୁଠାରୁ ଛୋଟ ବୋମା ବିସ୍ଫୋରଣକାରୀ ବିମାନ। ବିଶ୍ୱର ଯେ କୌଣସି ଅଞ୍ଚଳରେ ଗୁପ୍ତଚର ତଥ୍ୟ ସଂଗ୍ରହ ଏହି ବିମାନ ଦ୍ୱାରା ସହଜରେ କରିହେବ।

ଏହି ବିସ୍ଫୋରଣକାରୀ ବିମାନ ତିଆରି କରୁଥିବା କମ୍ପାନୀ ନର୍ଥ୍ରୋପ ଗ୍ରୁମ୍ୟାନଠାରୁ ଆମେରିକା ୬ଟି ବିମାନ କିଣିଛି। ଏହି ଯୋଜନା ଅନୁଯାୟୀ ଭବିଷ୍ୟତରେ ଆମେରିକାର ବାୟୁସେନା ୧୦୦ ରାଇଡର ବି -୨୧ କ୍ରୟ କରିବ।

ରାଫାଲର ବେଗ ଘଣ୍ଟା ୧୯୧୨ କିଲୋମିଟର ହୋଇଥିବାବେଳେ ରାଇଡର ଘଣ୍ଟା ପ୍ରତି ୩୬୦୦ କିଲୋମିଟର ବେଗରେ ଉଡିପାରିବ । ଏହି ବିମାନ ପାଇଲଟ ବିନା କାର୍ଯ୍ୟ କରିପାରିବ।

Leave a Reply

Your email address will not be published. Required fields are marked *