କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା,ଓଡିଶୀ ନୃତ୍ୟ ସହିତ ମୋହିନୀଆଟମ, ଦର୍ଶକ ବିଭୋର

ସୂର୍ଯ୍ୟମନ୍ଦିର ପାଦ ଦେଶରେ ଆୟୋଜିତ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା  ପ୍ରସ୍ତୁତ କୋଣାର୍କ ଉତ୍ସବର ମୁକ୍ତାକାଶ ମଞ୍ଚରେ ତୃତୀୟ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହ ମୋହିନୀଆଟମ ଶାସ୍ତ୍ରୀୟ ନୃତ୍ୟ ପରିବେଷଣରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ତୃତୀୟ ସଂଧ୍ୟାର ପ୍ରଥମେ ଦେବସ୍ମିତା ସେନଗୁପ୍ତାଙ୍କ କୋଲକାତା ମୟୂର ଲଲିତ ଡାନ୍ସ ଏକାଡେମୀର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ l ସେମାନଙ୍କ ପ୍ରଥମ ପ୍ରସ୍ତୁତିରେ ଥିଲା ସ୍ଵାଧୀନତାର ୭୫ ବର୍ଷର ପୂର୍ତ୍ତି ଅବସରରେ ନୃତ୍ୟାଭିନୟ ନମୋଭାରତମ ଯାହାର ରଚନା ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଏବଂ ସ୍ଵର ସଂଯୋଜନା ଶ୍ରୀ ବିଜୟ ବାରିକ କରିଥିଲେ । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଶୁଦ୍ଧ ନୃତ୍ୟ ମାଲ୍କୁନ୍ସ ପଲ୍ଲବୀ ଯାହା ରାଗ ମାଲ୍କୁନ୍ସ ଏବଂ ଆଦି ତାଳ ଉପରେ ନିବଦ୍ଧ ଥିଲା । ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସଚିଦାନନ୍ଦ ଦାସ । ସେମାନଙ୍କ ଅନ୍ତିମ ପ୍ରସ୍ତୁତିଟି ଥିଲା ବେଙ୍ଗଲର ପ୍ରସିଦ୍ଧ କ୍ରୀତିବାସ ରାମାୟଣରୁ ଉଦୃତ ପ୍ରବନ୍ଧ ନୟନାର ପ୍ରଣାମ ।

ଦ୍ଵିତୀୟ କାର୍ଯ୍ୟକ୍ରମଟି  ଥିଲା ମୋହିନୀଆଟମ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ  ଗୁରୁ ଗୋପିକା ବର୍ମାଙ୍କ ଦଶ୍ୟମ ସେନ୍ଟର ଫର ମୋହିନୀଆଟମ ଅନୁଷ୍ଠାନର ଶିଳ୍ପୀମାନେ l ସେମାନଙ୍କ ପ୍ରଥମ ପ୍ରସ୍ତୁତିଟି ଥିଲା ଗୁରୁ କଳା ମଣ୍ଡଳମ ସୁଗନ୍ଧି ଙ୍କ ସଂରଚିତ ନୃତ୍ୟ ଚିତ୍ରାଙ୍ଗମ।  ପରେ ପରେ ପରିବେଶିତ ହେଇଥିଲା ପରମାନନ୍ଦ ନାଟନ ଯାହା ରାଗ କେଦାରମ ଏବଂ ଆଦିତାଳ ଉପରେ ପର୍ଯବେଶିତ l ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଆଜ ଆୟେ ଶ୍ୟାମ ମୋହନ ଯାହା ରାଗ ମିଶ୍ର ପାହାଡୀ ଓ ତାଳ ରୂପକ ଉପରେ ନିବଦ୍ଧ ଥିଲା । ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ଗୋପିକା ବର୍ମା । ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଆଦି ଶଙ୍କରଚାର୍ଯ୍ୟଙ୍କ ରଚିତ ଭଜଗୋବିନ୍ଦମ ।

ଆଜିର ଅତିଥି ମାନେ ହେଲେ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ଯସବନ୍ତ ସିଂହ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ସତ୍ୟବ୍ରତ ସାହୁ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ  l      

ତୃତୀୟ ଦିବସରେ ପରିବେଶ ପର୍ଯ୍ୟଟନ, ମେଳା ଓ ମହୋତ୍ସବ ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନୀକୁ ଦେଖିବା ପାଇଁ ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକ ମାନଙ୍କ ବହୁତ ଭିଡ ଦେଖିବାକୁ ମିଳିଥିଲା l ଡ଼.ମୃତ୍ୟୁଞ୍ଜୟ ରଥ ଓ ଡ଼. ନାଜିଆ ଆଲାମ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ବେଳେ ଡ଼. ସଂଗୀତା ଗୋସାଇଁଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ପଦାଧିକାରୀ ପରିଚାଳନାରେ ସହାୟତା କରିଥିଲେ l

You May Also Like

More From Author

+ There are no comments

Add yours