୩୫୦୦ କିଲୋ ଅଟା, ୬୦୦ କିଲୋ ଡାଲି… ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ

୩୫୦୦ କିଲୋ ଅଟା, ୬୦୦ କିଲୋ ଡାଲି… ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ, ଏମିତି କିଛି ଅଛି ଭାରତ ଯୋଡୋ ଯାତ୍ରା
କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ରାଜସ୍ଥାନ ପହଞ୍ଚିସାରିଛି । ମଧ୍ୟପ୍ରଦେଶ ଦେଇ ରାଜସ୍ଥାନରେ ପ୍ରବେଶ କରିଛି ଏହି ଯାତ୍ରା । ସକାଳୁ ସକାଳୁ ଏହି ଯାତ୍ରା ଝାଲୱାଡରୁ ଆରମ୍ଭ ହୋଇସାରିଛି । କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରାରେ ଅନେକ ସଂଖ୍ୟାରେ ଲୋକ ସାମିଲ ହେବା ଆପଣମାନେ ଦେଖିଛନ୍ତି । କେବଳ ଯେ ସାଧାରଣ ଲୋକ ନୁହନ୍ତି ଅନେକ କଂଗ୍ରେସ କର୍ମକର୍ତ୍ତା, ନେତା ମଧ୍ୟ ଏହି ଯାତ୍ରାରେ ଲଗାତର ଭାବେ ଯୋଡି ହୋଇଛନ୍ତି । ତେବେ ପ୍ରତ୍ୟେକ ଦିନ ଏମାନଙ୍କ ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ କରିବାକୁ ପଡୁଛି । ଏସମସ୍ତଙ୍କ ପାଇଁ ଏହି ସବୁ ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ୪୫ ଟ୍ରକର ବ୍ୟବସ୍ଥା କରିଛି । ଏଥ୍ରିେ ରାଶନ, ପାଣି, ପନିପରିବା ସହ ଅନ୍ୟାନ ସାମଗ୍ରୀ ରଖାଯ।ଇଛି ।
ଭାରତ ଯୋଡୋ ଯାତ୍ରାବେଳେ ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏଥିରେ ଡାଲି, ଭାତ, ରୁଟି, ତରକାରୀ ସହ ଅନ୍ୟାନ ଖାଦ୍ୟ ରହିଛି । ତେବେ ପ୍ରତ୍ୟେକ ଦିନର ମେନ୍ୟୁରେ ମଧ୍ୟ ପରିବର୍ତ୍ତନ କରାଯାଇଥାଏ । ସମସ୍ତଙ୍କୁ ପୃଷ୍ଟିକର ଖାଦ୍ୟ ଖୁଆଇବା ପାଇଁ ଚେଷ୍ଚା ଅନବରତ ଜାରିରହିଛି । ରାଜସ୍ଥାନରେ ଏହି ଯାତ୍ରା ପହଞ୍ଚିବା ପରେ ଲୋକଙ୍କୁ ଚୁରମା-ବାଟି ପ୍ରଦାନ କରାଯିବ ।


୧. ଭାରତ ଯୋଡୋ ଯାତ୍ରାରେ ପ୍ରତ୍ୟେକ ଦିନ ୧୦ ହଜାର ଜଳଖିଆ ଏବଂ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏମାନଙ୍କ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବଡ ସ୍ତରରେ ବ୍ୟବସ୍ଥା କରାଯାଇଛି । ୧୦ ହଜାର ଲୋକଙ୍କ ମଧ୍ୟରେ ଭାରତ ଯାତ୍ରୀ, ଅତିଥି ଯାତ୍ରୀ, ସୁରକ୍ଷାକର୍ମୀ ଏବଂ ସ୍ବେଚ୍ଛାସେବୀ ସାମିଲ ରହିଛନ୍ତି ।
୨. ୧୦ ହଜାର ଲୋକଙ୍କ ପାଇଁ ପ୍ରତ୍ୟେକ ଦି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ୩୫ କ୍ବୁଣ୍ଟାଲ ଅଟା, ୬ ଶହ କିଲୋ ଚିନି, ୧୦ କ୍ବିଣ୍ଟାଲ ପରିବା, ୮୦ ହଜାର ଲିଟର ପାଣିର ଆବଶ୍ୟକତା ହେଉଛି । ଚା ପ୍ରସ୍ତୁତ ପାଇଁ ୬ ହଜାର ଲିଟର କ୍ଷୀର ମଧ୍ୟ ପ୍ରସ୍ତୁତ ରଖାଯାଉଛି ।
୩. ଭାରତ ଯୋଡୋ ଯାତ୍ରାରେ ୬ ଶହ ରୋଷେୟା ସାମିଲ ହୋଇଛନ୍ତି । କ୍ୟାଟେରିଂର ୬ଟି ଦଳ ଏଥିରେ ସାମିଲ ରହିଛନ୍ତି । ସମସ୍ତ ରାସନ ସହ ୪୫ଟି ଟ୍ରକ ଭାରତ ଯୋଡୋ ଯାତ୍ରାରେ ଆଗକୁ ବଢିଚାଲିଛି ।
୪. କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅନ୍ୟ ବ୍ୟବସ୍ଥା କରାଯାଇଛି । ତାଙ୍କୁ ଅନ୍ୟତ୍ର ଖାଦ୍ୟ ପରସା ଯାଉଛି ।
୫. ଭାରତ ଯୋଡୋ ଯାତ୍ରାରେ ପ୍ରତ୍ୟେକ ଦିନ ଗାଧୋଇବା ପାଇଁ ୬ ହଜାର ଲିଟର ପାଣିର ଆବଶ୍ୟକତା ପଡୁଛି । ଏଥିପାଇଁ ମୁଭିଙ୍ଗ ୱାସରୁମର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମସ୍ତଙ୍କ ପାଇଁ ୭ ମିନିଟର ସମୟ ଧାର୍ଯ୍ୟ କରାଯାଇଛି ।

You May Also Like

More From Author

+ There are no comments

Add yours