ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟେନର ନୂତନ ତଥା ୫୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ଶାସକ ଦଳର ସାଂସଦ ଋଷି ସୁନକ । ତେବେ ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ତେବେ ଟ୍ରସ ମାତ୍ର ୪୫ ଦିନ ଦାୟିତ୍ବରେ ରହିବା ପରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଋଷି ସୁନକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଶା କରାଯାଉଥିଲା । ଆଜି ସୁନକ ବିଧିବଦ୍ଧ ଭାବେ ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ।

ସୁନକ ପ୍ରତିଷ୍ଠିତ ଓ୍ବନିଚେଷ୍ଟର କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ପରେ ସେ ଅକ୍ସଫୋର୍ଡର ଲିଙ୍କନ୍ କଲେଜରୁ ଦର୍ଶନ ଶାସ୍ତ୍ର, ରାଜନୀତି ଏବଂ ଅର୍ଥନୀତି ମଧ୍ୟ ଅଧ୍ୟୟନ କରିଥିଲେ । ପରେ ଫୁଲବ୍ରାଇଟ୍ ସ୍କଲାର୍ ଭାବରେ କାଲିଫର୍ନିଆର ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । କାଲିଫର୍ନିଆରପ ପ୍ରତିଷ୍ଠିତ ଷ୍ଟାନଫୋର୍ଡ ୟୁନିଭରସିଟିର ଏମବିଏରେ ଡିଗ୍ରୀ ହାସଲ କରିଥିବା ସୁନକ ଗତ ୨ ବର୍ଷ ମଧ୍ୟରେ କେବଳ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ ପଡିବା ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି । ବ୍ରିଟିଶ୍ କ୍ୟାବିନେଟରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଚାନସେଲର ଭାବେ ନିର୍ବାଚିତ ହେବାରେ ସେ ଥିଲେ ତୃତୀୟ ସର୍ବକନିଷ୍ଠ ନେତା । 2020 ମହିହା ଫେବୃଆରୀରେ ମାତ୍ର 39 ବର୍ଷ ବୟସରେ ବ୍ରିଟେନର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

You May Also Like

More From Author

+ There are no comments

Add yours