ପାହାଡି ପୋଷାକରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥ ଧାମ ଗସ୍ତ କରିଛନ୍ତି । ପବିତ୍ର ଧାମରେ ପହଞ୍ଚି ମୋଦି ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ଖାସ୍ ଅନ୍ଦାଜରେ ନଜର ଆସିଛନ୍ତି । ବାବାଙ୍କ ଦର୍ଶନ ସମୟରେ ତାଙ୍କୁ ପାହାଡି ପୋଷାକ ପରିଧାନ କରିଥିବାର ଦେଖିବାକୁ ମିଳିଛି । ସେ ଆକର୍ଷଣୀୟ ପୋଷାକ ସାଙ୍ଗକୁ ମୁଣ୍ଡରେ ପାହାଡି ଟୋପି ପିନ୍ଧିଛନ୍ତି । ହିମାଚଳ ପ୍ରଦେଶ ଚମ୍ବାର ଏକ ମହିଳା ମୋଦିଙ୍କୁ ଏହି ପୋଷାକ ଉପହାର କରିଥିଲେ । ଉକ୍ତ ମହିଳା ନିଜ ହାତରେ ଏହି ପୋଷକ ତିଆରି କରିଥିଲେ । ଉପହାର ଗ୍ରହଣ କରି ପ୍ରଧାମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ କୌଣସି ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ଯିବା ଅବସରରେ ଏହାକୁ ପରିଧାନ କରିବେ । ଆଜି କେଦାରନାଥରେ ପ୍ରଧାନମନ୍ତ୍ରୀ ସେହି ପୋଷାକ ପିନ୍ଧିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦି କୌଣସି ଖାସ୍ ସମୟରେ ହିଁ ପାହାଡି ପୋଷାକରେ ନଜର ଆସିଥାନ୍ତି । ୭୩ତମ ସ୍ବାଧୀନତା ଦିବସ ଅବସରରେ ମଧ୍ୟ ମୋଦି ଉତ୍ତରାଖଣ୍ଡର ପାହାଡି ଟୋପି ପିନ୍ଧିଥିଲେ । ଯାହା ସେହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଏହାପରେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତମାମ୍ ରାଜନେତା ଏବଂ ସ୍ବାଧୀନ ପ୍ରାର୍ଥୀ ଏହି ଟୋପି ପିନ୍ଧି ମତାଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ତେବେ ଉତ୍ତରାଖଣ୍ଡ ଯାତ୍ରାରେ ହିମାଚଳି ପୋଷାକ ପିନ୍ଧିବା ପଛରେ ମୋଦିଙ୍କ ରାଜନୈତିକ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ହେଉଛି । ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହିମାଚଳ ସୀମାକୁ ଉତ୍ତରଖଣ୍ଡ ଲାଗିଛି । ତେଣୁ ଏହି ପୋଷାକ ପିନ୍ଧି ସେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚାହୁଁଥିବା କୁହାଯାଉଛି ।

You May Also Like

More From Author

+ There are no comments

Add yours