ଅରୁଣାଚଳ ପ୍ରଦେଶ, ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୁଣି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଅରୁଣାଚଳ ପ୍ରଦେଶ ଇଟାନଗରର ଉପେରସିଆଙ୍ଗ ଜିଲ୍ଲାଠୁ 25 କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର । ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ଗୌହାଟୀ ଡିଆରଡିଓ ପିଆରଓ । ଯାନ୍ତ୍ରିକ ତ୍ରୁଟି କମ୍ବା ଖରାପ ପାଗ ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ନିକଟରେ ଅକ୍ଟୋବର 5 ତାରିଖରେ ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏ ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଅଭ୍ୟାସ ଉଡାଣ ଭରିଥିବା ଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି ଯାନ୍ତ୍ରିକ ତ୍ରୁଟି କିମ୍ବା ପାଣିିପାଗ ସମସ୍ୟା ପାଇଁ ଅଘଟଣ ଘଟିଥିବା ଅନୁମାନ କରାଯାଉଥିଲା । ଅକ୍ଟୋବର 18 ତାରିଖରେ ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟଙ୍କ ସମେତ 7 ଜଣଙ୍କର ମୃତ୍ୟୁ ହୋଇଥିଲା ।

You May Also Like

More From Author

+ There are no comments

Add yours