କଷ୍ଟ ଦେଉଛି ଅଭଡ଼ା ଦର

ପ୍ରତିଟି ଓଡ଼ିଆଙ୍କ ମନରେ, ଆତ୍ମାରେ, ପ୍ରାଣରେ ଜଗନ୍ନାଥ ତଥା ମହାପ୍ରସାଦ ପାଇଁ ରହିଛି ଏକ ସ୍ବତନ୍ତ୍ର ସ୍ଥାନ । କାର୍ତ୍ତିକ ମାସରେ ମହାପ୍ରସାଦ ଟିକେ ମିଳିଗଲେ ଅମାପ ସୁଖ ମିଳେ ବୋଲି ଲୋକେ ବିଶ୍ବାସ କରନ୍ତି। ଯେଉଁଥି ପାଇଁ କାର୍ତ୍ତିକ ମାସରେ ଧର୍ମ ଅର୍ଜନ କରିବା ପାଇଁ ପୁରୀରେ ଭକ୍ତଙ୍କ ଭିିଡ ଲାଗୁଛି । ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ଖାଇବାକୁ ଭକ୍ତ ଆଗ୍ରହ ରଖୁଛନ୍ତି । ହେଲେ ଅବଢା ଦର ଭକ୍ତଙ୍କୁ ନିରାଶ କରିଛି । ଭକ୍ତଙ୍କୁ ବେଶି କଷ୍ଟ ଦେଉଛି ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଥିବା ସୁଆରମାନଙ୍କ ଶୋଷଣ । ଏମାନେ ମହାପ୍ରସାଦକୁ ୫୦ ଟଙ୍କାରେ କିଣି ଭକ୍ତଙ୍କୁ ଦେଢ ଶହରୁ ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଦର ଏତେ ଅଧିକ ରହୁଛି ଯେ ଗରିବ ଭକ୍ତ ପକ୍ଷେ ଏହା କିଣିବା ସମ୍ଭବପର ହୋଇପାରୁନାହିଁ । ଦର ଆଗରେ ମୁଣ୍ଡ ନୁଆଁଇ ଏମାନେ ବିନା ମହାପ୍ରସାଦରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତିା

ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ । ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢେ ୭ କେଜି, ଦାସିଆରେ ସାଢେ ୫ କେଜିରୁ ସାଢେ ୬କେଜି ଚାଉଳ ରନ୍ଧା ହୁଏ । ବାଇହାଣ୍ଡି ଜିରା ରାଇସ ଅନ୍ନ ଦର ପୂର୍ବରୁ ୧୨ଶହରୁ ୧୪ ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୧୬ ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ବାସୁମତି ଚାଉଳର ବାଇହାଣ୍ଡି ପୂର୍ବରୁ ୨୨ ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୨୫ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ବାଇହାଣ୍ଡି ଜିରା ରାଇସର ସେଟ୍ (ଅନ୍ନ, ଡ଼ାଲି, ଦୁଇଟି ତରକାରୀ)ର ଦର ସାଢେ ୪ ହଜାର ଟଙ୍କା ଥିଲା । ଏବେ ୪ହଜାର ୮ଶହରୁ ୫ହଜାର ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ବାସୁମତି ଚାଉଳ ବାଇହାଣ୍ଡି ସେଟ୍ ସାଢେ ୫ହଜାରରୁ ୬ହଜାର ଟଙ୍କାରେ ବିକ୍ରି ହେଉଛି ।

୨୦୧୮ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ । ଯେଉଁଥିରେ ଆନନ୍ଦବଜାର ଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ରହିଥିଲା । ଯାହାକୁ ୫ ବର୍ଷ ବିତିଗଲାଣି, କିନ୍ତୁ ଆନନ୍ଦବଜାରରେ ଆଜି ପର୍ଯ୍ୟନ୍ତ ଦର ତାଲିକା ଲାଗି ପାରିଲାନି । ଯାହାର ଫାଇଦା ନେଇ ଦଲାଲମାନେ ପଶି ଭକ୍ତଙ୍କୁ ଶୋଷଣ କରିବା ଆରମ୍ଭ କରିଥିବା ଅଭିଯୋଗ ରହିଛି ।

You May Also Like

More From Author

+ There are no comments

Add yours