ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

ଦିନ ପାଖେଇ ଆସିଲେ ବଢୁଛି ଲୋକଙ୍କ ଦ୍ୱନ୍ଦ୍ୱ । କାରଣ କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ । ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ପାଳନ ହେବ? କିଭଳି ପାଳିବେ? ଏନେଇ ସବୁଠି ଚର୍ଚ୍ଚା ଚାଲିଛି । ଅକ୍ଟୋବର ୨୫ ତଥା ଦୀପାବଳିରେ ପଡ଼ୁଛି ସୂର୍ଯ୍ୟୋପରାଗ । ସୋମବାର ଅର୍ଥାତ ଅକ୍ଟୋବର ୨୪ ତାରିଖ ଭୋର ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ତେବେ ସଂଧ୍ୟା ୬ଟା ୨୬ ମିନିଟରେ ଗ୍ରହଣ ସର୍ବମୋକ୍ଷ ରହିଛି । ଯଦି ଶ୍ରୀମନ୍ଦିର ତଥା ଦେଖିବା ତେବେ ଶ୍ରୀମନ୍ଦିରରେ ମଙ୍ଗଳବାର ଅକ୍ଟୋବର ୨୫ରେ ସୂର୍ଯ୍ୟପରାଗ ଦିନ ରାତ୍ର ୧୨ଟାରେ ଦ୍ୱାରଫିଟା ସାଢ଼େ ୨ଟାରୁ ୩ଟା ଭିତରେ ସକାଳ ଧୂପ ହେବ । ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ ।

ପୁଣି ଭୋଗ ମଣ୍ଡପ ସରିବାର ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ ହେବ । ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତି ବଢ଼ିବ । ଅମାବାସ୍ୟ ପୂର୍ବଦିନ ଅର୍ଥାତ ୨୪ ତାରିଖ ଦିନ ପୟା ଶ୍ରାଦ୍ଧ, ଦୀପଦାନ, କାଳିପୂଜା, ବାଣଫୁଟା,କାଉଁରିଆ କାଠି ଜାଳିବାକୁ ଦିନ ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜ୍ୟୋର୍ତିବିଦ । ସେପଟେ ନଭେମ୍ବର ୮ରେ କାର୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଛି । ଏନେଇ ଦିନ ୨ଟା ୩୮ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ । ପରେ ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି ହେବ । ସକାଳ ୮ଟା ୨୯ ମିନିଟରୁ ପାକ ତ୍ୟାଗ, ଦେବନୀତି ନିଷେଧ । ଗ୍ରହଣ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୯ ମିନିଟ୍ ହେବ ।
ତେବେ କ’ଣ ରହୁଛି ସଠିକ୍ ସମୟ ଜାଣିରଖନ୍ତୁ।

ସୂର୍ଯ୍ୟୋପରାଗ

– ଅକ୍ଟୋବର ୨୫ ତଥା ଦୀପାବଳିରେ ପଡ଼ୁଛି ସୂର୍ଯ୍ୟୋପରାଗ
– ଅକ୍ଟୋବର ୨୪ ତାରିଖ ଭୋର ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ
– ସଂଧ୍ୟା ୬ଟା ୨୬ ମିନିଟରେ ଗ୍ରହଣ ସର୍ବମୋକ୍ଷ
– ଶ୍ରୀମନ୍ଦିରରେ ଅକ୍ଟୋବର ୨୫ରେ ସୂର୍ଯ୍ୟୋପରାଗ ଦିନ ରାତ୍ର ୧୨ଟାରେ ଦ୍ୱାରଫିଟା
– ସାଢ଼େ ୨ଟାରୁ ୩ଟା ଭିତରେ ସକାଳ ଧୂପ ହେବ
– ୪ଟାରେ ବାଳଧୂପ, ୪ଟା ୫୫ରେ ନୀତି ବନ୍ଦ
– ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ହେବ ମହାସ୍ନାନ
– ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତି ବଢ଼ିବ
– ୨୪ ତାରିଖ ଦିନ ଅମାବାସ୍ୟା ପାଇଁ ଦିନଧାର୍ଯ୍ୟ
– ପୟା ଶ୍ରାଦ୍ଧ, ଦୀପଦାନ, କାଳିପୂଜା, ବାଣଫୁଟା,କାଉଁରିଆ କାଠି ଜାଳିବାକୁ ଦିନ ଧାର୍ଯ୍ୟ


ଚନ୍ଦ୍ର ଗ୍ରହଣ

– ନଭେମ୍ବର ୮ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ
– ଏନେଇ ଦିନ ୨ଟା ୩୮ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ
– ପରେ ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି ହେବ
– ସକାଳ ୮ଟା ୨୯ ମିନିଟରୁ ପାକ ତ୍ୟାଗ, ଦେବନୀତି ନିଷେଧ
– ଗ୍ରହଣ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୯ ମିନିଟ୍

You May Also Like

More From Author

+ There are no comments

Add yours