କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍

ଜିଆଇ ଟ୍ୟାଗ୍ ଲିଷ୍ଟରେ ଯୋଡ଼ି ହେଲା ଆଉ ଏକ ନାଁ ।କନ୍ଧମାଳ ହଳଦୀକୁ ମିଳିଲା ନ୍ୟାସନାଲ ଇଣ୍ଟଲେକ୍ଚୁଆଲ ପ୍ରପର୍ଟି ବା ଏନଆଇପି ଆୱାର୍ଡ l ଜିଆଇ ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା ଏହି ପୁରସ୍କାର । ନୂଆଦିଲ୍ଲୀ ଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣବତ୍ତା ପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିଲା । ଏବେ ୨୦୨୧ -୨୨ ବର୍ଷ ପାଇଁ ଏନ ଆଇପି ଆୱାର୍ଡ ମିଳିଛି । ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ ଏନଆଇପି ଆୱାର୍ଡ ଆୟୋଜିତ ହୋଇଥିଲା l ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ହୋଇଥିଲା । ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରୀ ଗୁଡିକୁ ପୁରସ୍କୃତ କରାଯାଇଥିଲା l କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା l କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି । ପୁରସ୍କାର ପାଇବା ପରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି ଓ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଆୱାର୍ଡ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛି। ଯାହା ଫଳରେ କେବଳ ଓଡ଼ିଶା ନୁହେଁ, ଦେଶ ତଥା ବିଦେଶରେ ମଧ୍ୟ କନ୍ଧମାଳ ହଳଦୀର ଚାହିଦା ବୃଦ୍ଧି ପାଇବ ଆଶା କରାଯାଉଛି।

You May Also Like

More From Author

+ There are no comments

Add yours