Wed. Oct 14th, 2026

ନୂଆଦିଲ୍ଲୀରେ ସଫ୍ଟଓ୍ବେୟର କମ୍ପାନୀ ବି କ୍ରିପ୍ଟ BCRYPT ତରଫରୁ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ୱେବ ୩.୦ ରୋଡ ଶୋ । ୱେବ 3.0,NFTs, ବ୍ଲକ ଚେନ Block chain, କ୍ରିପ୍ଟୋ crypto,Metaverse ମେଟାଭର୍ସ ଭଳି ବିଷୟକୁ ନେଇ ଏଥିରେ ସାମିଲ ହୋଇଥିଲେ ସଫ୍ଟୱେୟର ଦୁନିଆର ବହୁ ଉଦ୍ୟୋଗୀ ଓ ଏକ୍ସପର୍ଟ । ଭାରତ ଓ ଭାରତ ବାହାରୁ ମଧ୍ୟ ଅନେକ ଉଦ୍ୟୋଗୀ ରୋଡ ଶୋରେ ଭାଗ ନେଇଥିଲେ । ଭାରତରେ ଟେକ୍ନୋଲୋଜି ତଥା ବିଜନେସରେ ବ୍ୟାପକ ବୃଦ୍ଧିି ଥିଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଦେଶର ବିଭିନ୍ନ ସ୍ଥାନରେ ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ଜୟପୁର ଓ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମେଟାଭର୍ସ ଷ୍ଟ୍ରାଟେଜିଷ୍ଟ ଅଦ୍ବୈତ୍ ଡାଙ୍କେ, ବ୍ଲକ ଚେନ ଓ ଗେମିଙ୍ଗ ଥଟ ଲିଡର ଓ ଟ୍ରେନର ଅନୀଶ ରାମକ୍ରିଷ୍ଣା ,ଷ୍ଟୋରି ଟେଲର ନିଜୋ ଜନସନ,ଭୁବନେଶ୍ୱର ଉତ୍କଳ ଲ୍ୟବ୍ସ ପ୍ରାଇଭେଟ ଲିମିଟେଡର ସିଇଓ ନିର୍ମଳ ହୋତା ,କ୍ରିପ୍ଚୋ ଇନଫ୍ଲୁନ୍ସର ରୋହିତ ଖଣ୍ଡେଲୱାଲ ପ୍ରମୁଖ ବହୁ ବକ୍ତା ଏଥିରେ ଯୋଗଦେଇଥିଲେ । ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍କଳ ଲ୍ୟାବ୍ସ ପ୍ରାଇଭେଟ ଲିମିଟେଡର ସିଇଓ ‘ହାଓ ଟୁ ଲଞ୍ଚ୍ ୟୋର୍ ଓନ୍ ଟୋକୋନ’ ଶୀର୍ଷକ ଏକ ବିଷୟ ଉପରେ ନିଜର ବକ୍ତବ୍ୟ ଦେଇଥିଲେ। ଇଣ୍ଡିଆ ୱେବ ୩.୦ ରୋଡ ଶୋ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଉଦ୍ୟୋଗୀ, ୱେବ ଡେଭଲପର,ପ୍ରମୁଖ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମେଟାଭର୍ସ,ଇନଭେଷ୍ଟମେଣ୍ଟ,ବ୍ଲକଚେନ୍,ଗେମ୍ ୱାଇଫାଇ,ଫିନଟେକ ଭଳି ବିଷୟକୁ ନେଇ ନେଇ ଇଣ୍ଡିଆ ରୋଡ୍ ସୋର ପ୍ରମୁଖ ଆଲୋଚନା ଓ ମୁହୁର୍ତ୍ତକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ସଫ୍ଟଓ୍ବେୟର କମ୍ପାନୀ ବି କ୍ରିପ୍ଟ BCRYPT ।

By

Leave a Reply

Your email address will not be published. Required fields are marked *