ବର୍ଣ୍ଣବୋଧ ପାଠଶାଳା ପିଲାଏ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର ସୋମନାଥ ବସ୍ତି ଓ ଜଗନ୍ନାଥ ବସ୍ତିରେ ବର୍ଣ୍ଣବୋଧ ପାଠଶାଳାରେ ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରାଯାଇଛି । ସାହିତ୍ୟ ଚର୍ଚ୍ଚାର ସଂପାଦକ ତଥା ଲେଖକ ନୀହାର ଶତପଥୀ , ସମାଜସେବୀ ତଥା କବି ପ୍ରତ୍ୟୁଷ ଭଞ୍ଜ ଏହି ଅବସରରେ ପିଲାଙ୍କ ସହ କିଛି ସମୟ ବିତାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ଛୋଟ ପିଲାଙ୍କ ପ୍ରତି ସ୍ନେହ ଓ ସଦିଚ୍ଛାକୁ ମନେ ରଖି ପିଲାମାନେ  ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯୋଶଦା ମା ଫାଉଣ୍ଡେସନ ତରଫରୁ  ପରିଚାଳିତ ହେଉଥିବା  ବର୍ଣ୍ଣବୋଧ ପାଠଶାଳାଙ୍କ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା । ସାଧାରଣ ଜ୍ଞାନ,ସଙ୍ଗୀତ ,ଗପ ଭଳି ପ୍ରତିଯୋଗୀତାରେ ଭାଗ ନେଇ ଖୁବ ଖୁସି ଅନୁଭବ କରିଥିଲେ ପିଲାମାନେ । ସାହିତ୍ୟ ଚର୍ଚ୍ଚାର ସଂପାଦକ ତଥା ଲେଖକ ନୀହାର ଶତପଥୀ ପିଲାଙ୍କୁ ବହି,ପେନସିଲ,ଚକୋଲେଟ ବାଣ୍ଟିଥିଲେ । ବର୍ଣ୍ଣବୋଧ ପାଠଶାଳାର ବିଭିନ୍ନ କର୍ମକର୍ତ୍ତା,ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା  ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours