କାୟାକଳ୍ପ ତରଫରୁ ବିଜ୍ଞାନ କୁଇଜ କାର୍ଯ୍ୟକ୍ରମ

ବିଜ୍ଞାନ,ଦର୍ଶନ ଓ ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ ବିଜ୍ଞାନ କୁଇଜ  କାର୍ଯ୍ୟକ୍ରମ ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ସ୍ଥିତ ମ୍ୟୁନିସିପାଲ ସରକାରୀ ବିଦ୍ୟାଳୟ,କଳିଙ୍ଗ ବିଦ୍ୟାପୀଠ,ଓଟିଏମ ହାଇସ୍କୁଲ,ଟାଙ୍ଗୀ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ଡିଏସପି ରାଜକିଶୋର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଶିକ୍ଷାବିତ ଡକ୍ଟର ସତ୍ୟକାମ ମିଶ୍ର,ସାମ୍ବାଦିକ ଡକ୍ଟର ସତ୍ୟ ରାୟ,ପୋଲିସ ପ୍ରଶାସକ ରାଜ କିଶୋର ଦାସ,ସାହିତ୍ୟିକ ଡକ୍ଟର ସୁରେନ୍ଦ୍ର କହଁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତ୍ରିଲୋଚନ ଦାଶ କୁଇଜ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସମାପ୍ତି ଦାଶ ସ୍କୋରର ଥିଲେ । ଅଂଶଗ୍ରହଣ କରିଥିବା ବିଦ୍ୟାଳୟ ସମୂହର ପ୍ରଧାନଶିକ୍ଷକ ମାନଙ୍କୁ କାୟାକଳ୍ପ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଦନା ଦିଆଯାଇଥିଲା । କଳିଙ୍ଗ ବିଦ୍ୟାପୀଠର ପ୍ରୀତି ପ୍ରଯୋଜିତା,ହାପିଲି ଏବଂ ସ୍ମିତା ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇଥିଲେ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ମମତା ସାହୁ,କ୍ଷଣପ୍ରଭା ସେଣ,ଗୌତମ ଆଚାର୍ଯ୍ୟ,ଦାମୋଦର ସାହୁ,ପୁଣ୍ୟତୋୟା ସାହୁ,ଶିଳ୍ପୀ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

You May Also Like

More From Author

+ There are no comments

Add yours