ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଡାକୋଟା ବିମାନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କାରଣ ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ । ଡାକୋଟାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମିଳିଲା ଅନୁମତି । ଭାରତୀୟ ବିମାନ ପ୍ରାଧିକରଣ ଏହି ଅନୁମତି ପ୍ରଦାନ କରିଛି । ତେବେ ଏହି ଡାକୋଟାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ରାଜ୍ୟ ସରକାର କରିବେ । ତେବେ ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେନି ରାଜ୍ୟ ସରକାର । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

You May Also Like

More From Author

+ There are no comments

Add yours