ଜୟପୁରରୁ ଉଡ଼ିବ ବିମାନ

ଓଡିଶା ପାଇଁ ବିଶେଷ କରି କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦର (Jeypore Airport) କୁ ବିମାନ ଉଡାଣ ନେଇ ଆଜି ମିଳିଛି ଅନୁମତି । କେନ୍ଦ୍ର ସରକାରଙ୍କ ‘ଉଡାନ’ ‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ପକ୍ଷରୁ ସୂଚନା ଦିଆଯାଇଛି।

ଜୁଲାଇ ମାସରେ ଜୟପୁର ବିମାନବନ୍ଦରରୁ ବିମାନ ଉଡାଣ ପାଇଁ ଆବଶ୍ୟକୀୟ ବୈଷୟିକ, ଭୌଗଳିକ ଭିତ୍ତିଭୂମିର ସମୀକ୍ଷା ହୋଇଥିଲା । ଡିଜିସିଏର ଅଧିକାରୀ ଏହି ଅନୁଧ୍ୟାନ କରି ତୃଟି ଚିହ୍ନଟ କରିଥିଲେ । ଏହା ପରେ ଚିହ୍ନଟ ହୋଇଥିବା ତୃଟି ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ତୃଟିକୁ ଯାଞ୍ଚ କରିବା ସହ ପଦକ୍ଷେପ ନିଆଯାଇଥିଲା । ଏହାପରେ ରିପୋର୍ଟ ଦାଖଲ ହୋଇଥିଲା ।ପୁଣି ଥରେ ଡିଜିସିଏ ରିପୋର୍ଟ ପାଇବା ପରେ ଗତ ୧୩ ତାରିଖରେ ପୁଣି ଡିଜିସିଏ ଅଧିକାରୀ ଧୁଷର କୁମାର ମଣ୍ଡଳ, ମନିଷ ଠାକୁର ଓ ଭୁବେନଶ୍ବର ବିମାନ ବନ୍ଦର ଅଧିକାରୀ ଜୟପୁର ଆସି ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆଜି ବି’ କ୍ୟାଟାଗୋରୀ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଉଷା ପାଢୀ ମଧ୍ୟ ଟୁଇଟ କରି ଖୁସି ପ୍ରକାଶ କରିଛନ୍ତି ।

You May Also Like

More From Author

+ There are no comments

Add yours