Thu. Oct 15th, 2026

ଦାମନଯୋଡ଼ି ପଶ୍ଚିମ‌ଓଡ଼ିଶା କମିଟି ପକ୍ଷରୁ ସେକ୍ଟର-୩ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ନୂଆଖାଇ ଭେଟଘାଟ କାର୍ଯ୳କ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ତଥା ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଶିଲ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଉପସଭାପତି ପି କେ ମହାପାତ୍ର, ରଞ୍ଜନ କୁମାର ମିଶ୍ର, ଶେଶଦେବ ଶତପଥୀ, ପ୍ରଦିପ୍ତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କମିଟିର ବରିଷ୍ଠ ସଦସ୍ୟ ଜୟ କୁମାର ପ୍ରଧାନ କାର୍ଯ୳କ୍ରମ ପରିଚାଳନା କରିଥିଲେ । ସମ୍ପାଦକ ସୁରେନ୍ଦ୍ର କହଁର ଓ ଯୁଗ୍ମ ସମ୍ପାଦକ କପିଳାସ କର୍ଣ୍ଣ ସହଯୋଗ କରିଥିଲେ। ପ୍ରାରମ୍ଭିର ପର୍ଯ୳୲ୟରେ ପଶ୍ଚିମ ଓଡ଼ିଶାର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କୁ ନୂଆ ଚୁଡ଼ାରେ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରାଯାଇଥିଲା । ମା’ଙ୍କ ନିକଟରେ ଭୋଗ ଲାଗି ହେବା ପରେ ପ୍ରସାଦକୁ ସଭିଙ୍କ ମଧ୍ୟରେ ବଣ୍ଟାଯାଇଥିଲା। ଉପସ୍ଥିତ ଆବାଳବୃଦ୍ଧବନିତା ବୟସାନୁକ୍ରମେ ସାଂସ୍କୃତିକ କାର୍ଯ୳କ୍ରମ ପରିବେଷଣ କରିଥିଲେ। କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ପଶ୍ଚିମ ଓଡ଼ିଶାର  ପାରମ୍ପରିକ ଖାଦ୳ ପ୍ରସ୍ତୁତ କରାଯାଇଥିଲା । ଅନ୍ ପକ୍ଷରେ ଜିଲ୍ଲା ସ୍ତରରେ ଚାମ୍ପିଆନ ଓ ରାଜ୳ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବ୍ୟାଡମିଣ୍ଟନ ଖେଳାଳି ଆୟୁଷ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ଚଳିତ ବର୍ଷ+୨ରେ ସର୍ବୋଚ୍ଚ ନମ୍ବର ରଖିଥିବା ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀ ପ୍ରକୃତି ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।  କାର୍ଯ୳କ୍ରମ ଶେଷରେ କମିଟିର ସଭାପତି ପି କେ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *