Wed. Oct 14th, 2026

ଦୈନନ୍ଦିନ ଜୀବନରେ ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ ଯେତିକି ଆବଶ୍ୟକ ସେତିକି କ୍ଷତିକାରକ । ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ ହେଉଥିବା ନୀଳ ଆଲୋକ ମଣିଷର ମୌଳିକ ଜୈବିକ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ଏନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଗବେଷଣା ରିପୋର୍ଟ ମେଡିକାଲ ଜର୍ନାଲ ଫ୍ରଣ୍ଟିଅର୍ସ ଇନ ଏଜିଙ୍ଗରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ ମାଛିମାନଙ୍କ ଉପରେ କରାଯାଇଛି। ଏହାର ଆଶ୍ଚର୍ଯ୍ୟଜନକ ଫଳାଫଳ ଅଛି ଯେ ସମାନ ପ୍ରଭାବ ମଣିଷମାନଙ୍କଠାରେ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଅଧ୍ୟୟନ ଅନୁଯାୟୀ, ଟିଭି, ଲାପଟପ ଏବଂ ଫୋନ ଭଳି ଦୈନନ୍ଦିନ ବ୍ୟବହୃତ ହେଉଥିବା ଉପକରଣର ପରଦାରୁ ନିର୍ଗତ ନୀଳ ଆଲୋକର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଯୋଗୁ ଚର୍ମ ଏବଂ ନ୍ୟୁରନ ଉପରେ ପ୍ରଭାବ ଅନୁଭୁତ ହୋଇଥାଏ। ଏହା ଶରୀରୀ ଜୀବକୋଷ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇବାର ସମ୍ଭାବନା ଥାଏ।

ଅତ୍ୟଧିକ ନୀଳ ଆଲୋକର ସଂସ୍ପର୍ଶରୁ ଦୂରେଇ ରହିବା ଏକ ଭଲ ଆଣ୍ଟି-ଏଜିଂ ଉପାୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗବେଷକମାନେ କହିଛନ୍ତି ଯେ ଏହି ନୀଳ ଆଲୋକରେ ରହୁଥିବା ମାଛିମାନେ ଅନ୍ଧକାରରେ ଥିବା ମାଛିଙ୍କ ତୁଳନାରେ କମ ଦିନ ବଞ୍ଚନ୍ତି।

ଆମେରିକାର ଓରେଗନ ଷ୍ଟେଟ ୟୁନିଭରସିଟିର ଇଣ୍ଟିଗ୍ରେଟିଭ ବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଜାଦୱିଗା ଗିବଲ୍ଟୋଭିକ ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଦେଖାଯାଇଛି ଯେ ଶରୀରର ଜୀବ କୋଷଗୁଡ଼ିକ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ମେଟାବୋଲାଇଟ ଆବଶ୍ୟକ। କିନ୍ତୁ ନୀଳ ଆଲୋକର ପ୍ରଭାବରେ ଜୀବକୋଷର କାର୍ଯ୍ୟ ପ୍ରଭାବିତ ହୁଏ। ନ୍ୟୁରନ ମଧ୍ୟରେ ଯୋଗାଯୋଗ ପାଇଁ ଦାୟୀ ଅଣୁଗୁଡ଼ିକ, ଯେପରିକି ଗ୍ଲୁଟାମେଟ, ନୀଳ ଆଲୋକ ଯୋଗୁ ପ୍ରଭାବିତ ହୋଇଥାଏ। ଫଳରେ ଜୀବ କୋଷଗୁଡ଼ିକୁ ଏକ ଉପ-ସ୍ତରରେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଅଳ୍ପ ବୟସରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ବାସ୍ତବରେ, ଫୋନ, ଡେସ୍କଟପ ଏବଂ ଟିଭି ପରି ଏଲଇଡି ଡିସପ୍ଲେ ସ୍କ୍ରିନରୁ ଆମେ ନୀଳ ଆଲୋକର ବିଚ୍ଛୁରିତ ହୋଇଥାଏ। ଯେହେତୁ ମାଛି ଏବଂ ମଣିଷର କୋଷରେ ସିଗନାଲ ରାସାୟନିକ ପଦାର୍ଥ ସମାନ। ତେଣୁ ମଣିଷ ଉପରେ ନୀଳ ଆଲୋକର ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *