ଚଳିତ ଶିକ୍ଷା ବର୍ଷରୁ କାର୍ଯ୍ୟକ୍ଷମ ହେବ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଶବ୍ଦ ଓଡିଶା ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସ୍ଥାପିତ ମେଡିକାଲ କଲେଜ ଓ ହସ୍ପିଟାଲ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାର ଏହି ମେଡିକାଲ କଲେଜ ଓ ହସ୍ପିଟାଲର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରିଛନ୍ତି ।

ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ଟି ଏମବିବିଏସ୍ ସିଟରେ ନାମ ଲେଖା ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ନ୍ୟାସନାଲ ମେଡିକାଲ କମିଶନ ଗତ ଏପ୍ରିଲ ୧୧ ତାରିଖରେ ଅନୁମତି ଦେଇଛନ୍ତି । ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଳେଜ ଓ ହସ୍ପିଟାଲ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

You May Also Like

More From Author

+ There are no comments

Add yours