ବାହାନଗାରେ ସିବିଆଇର ସ୍ୱତନ୍ତ୍ର ଟିମର ତଦନ୍ତ

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାର ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସକାଳେ ପୁଣି ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ । ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଥିଲା । ଏହା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛି ।
ଘଟଣାର ପ୍ରାଥମିକ ଯାଂଚ ଆରମ୍ଭ କରିଛନ୍ତି ସିବିଆଇ ଅଧିକାରୀ । କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ । ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।

You May Also Like

More From Author

+ There are no comments

Add yours