ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାରେ ପହଞ୍ଚିବାକୁ ହୋଇପାରେ ବହୁ ବିଳମ୍ବ

ଶବ୍ଦ ଓଡିଶା ବ୍ୟୁରୋ: ଏଥର ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିଲେ ଓଡ଼ିଶାରେ ମଧ୍ୟ ପହଞ୍ଚିବା ବିଳମ୍ବ ହେବ । ଫଳରେ ରାଜ୍ୟବାସୀ ଆହୁରି ୧୫ ଦିନ ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପାରନ୍ତି । ଦକ୍ଷିଣ ପୂର୍ବ ଆରବ ସାଗରରେ ପଶ୍ଚିମାବାୟୁ ସକ୍ରିୟ ରହିଛି । କିନ୍ତୁ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ମେଘ ଖଣ୍ଡ ଏକାଠି ହୋଇଛନ୍ତି । ଏଥିପାଇଁ କେରଳ ଉପକୂଳରେ ବାଦଲର ଆଚ୍ଛାଦ କମିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତୀ ସମୟରେ ଅବପାତରେ ପରିଣତ ହେବ । ଏହା ପ୍ରଭାବରେ କେରଳ ଉପକୂଳ ଆଡକୁ ଅଗ୍ରସର ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁତର ପ୍ରଭାବିତ ହେବା ଆକଳନ କରାଯାଇଛି ।

You May Also Like

More From Author

+ There are no comments

Add yours