ଅସୁସ୍ଥ ଶ୍ରୀଜିଉଙ୍କ ଆରମ୍ଭ ହୋଇଛି ଚିକିତ୍ସା ସେବା। ବଡ ଦେଉଳରେ ପୂଜା ପାଉଛନ୍ତି ପଟିଦିଅଁ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ଘରେ ମହାପ୍ରଭୁ ଅସୁସ୍ଥ ଥିବା ବେଳେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ ।

ସେପଟେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭୋରରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ବିଭିନ୍ନ ନୀତିକାନ୍ତି ଶେଷ କରାଯିବା ପରେ ଆରମ୍ଭ ହେଉଛି ସର୍ବସାଧାରଣ ଦର୍ଶନ । ଅଲାରନାଥଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି । ଭିଡକୁ ଦୃଷ୍ଟିରେ ରଖି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଲରାନାଥଙ୍କ କ୍ଷୀରି ଭୋଗ ବେଶ ପ୍ରସିଦ୍ଧ । ବର୍ତମାନ ଶ୍ରୀଜୀଉ ସୁସ୍ଥ ହେବା ଯାଏଁ ବ୍ରହ୍ମଗିରିରେ ଅଲାରନାଥଙ୍କ ଦର୍ଶନ କରିପାରିବେ ଭକ୍ତ ।

You May Also Like

More From Author

+ There are no comments

Add yours