୪ଜି ସିମ୍ ରେ ଚାଲିବ ୫ଜି ସେବା?


ଶେଷ ହୋଇଛି ୫ଜି ନିଲାମ । ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି । ୫ଜି ନେଟଓ୍ବର୍କ ସେବା ପାଇବା ପାଇଁ ଏବେ ଗ୍ରାହକ ଚାହିଁ ବସିଛନ୍ତି । କାରଣ ଶୀଘ୍ର ଆରମ୍ଭ ହେବ ଏହି ଫାଷ୍ଟେଷ୍ଟ ସେବା। ଚଳିତ ବର୍ଷ ଶେଷ ବେଳକୁ ୫ଜି ସେବା ଉପଲବ୍ଧ ହେବ ବୋଲି କୁହାଯାଉଛି । ଅନେକ ଟେଲିକମ୍ କମ୍ପାନୀ ଏହି କାମରେ ଲାଗି ପଡ଼ିଛନ୍ତି । ଜିଓ ବି ଅନେକ ଦିନ ଧରି ଏହି ଦୌଡ଼ରେ ଲାଗିପଡିଛି। ତେବେ ଜିଓ ୫ଜି କେବେ ଲଞ୍ଚ କରିବାକୁ ଯାଉଛି ଏବଂ କେଉଁ ସବୁ ସହରରେ ଏହା ପ୍ରଥମେ ଆସିବ ? ଏହାର ମୂଲ୍ୟ କେତେ ରହିବ? ସେ ନେଇ ୟୁଜର୍ସମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଉଛି।
ନିକଟରେ ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ, ପାନ-ଇଣ୍ଡିଆ ୫ଜି ରୋଲଆଉଟ ସହିତ କମ୍ପାନୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବ । ଏହି ସ୍ଥିତିରେ ଜିଓର ୫ଜି ସେବା ଅଗଷ୍ଟ ୧୫ ଦିନ ଲଞ୍ଚ କରିବା କଥାକୁ ଏଡାଇ ଦିଆଯାଇପାରିବ ନାହିଁ । କିଛି ମେଟ୍ରୋ ସହରରେ ପାଇଲଟ ପରୀକ୍ଷା ମାଧ୍ୟମରେ ୫ଜି ଲଞ୍ଚ କରାଯାଇପାରେ ।

ଏଥିରେ କେଉଁ ସବୁ ସହର ଆସିବେ ?

ଜିଓ ପ୍ରାୟ ୨୨ ସହରରେ ୫ଜି ସେବା ଆରମ୍ଭ କରିପାରେ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଲକ୍ଷ୍ନୌ, ହାଇଦ୍ରାବାଦ, ଅହମଦାବାଦ ଏବଂ ଜାମନଗର ସମେତ ୯ଟି ସହର ସାମିଲ ହୋଇପାରନ୍ତି

କେବେ ପାଇବେ ୫ଜି ସିମ୍ ?

ଯେତେବଳେ ୫ଜି ନେଟଓ୍ବର୍କ ଆସିବ ସେତେବେଳେ ୫ଜି ସିମ୍ ବି ଉପଲବ୍ଧ ହେବ । କିନ୍ତୁ ଏହି ସେବା ପାଇଁ ୫ଜି ସିମ୍ ଦରକାର ହେବ କି ନାହିଁ ତାହା ଏ ଯାଏ ଘୋଷଣା ହୋଇନାହିଁ। ବର୍ତ୍ତମାନ ଏହା କୁହାଯାଇପାରେ ଯେ, ଆପଣଙ୍କର ଯଦି ଜିଓ ୪ଜି ସିମ୍ ଅଛି ତାହାଲେ ବିନା କୌଣସି ସମସ୍ୟା କି ଅପଗ୍ରେଡରେ ଆପଣ ୫ଜି ସୁବିଧା ପାଇପାରିବେ । ଅନ୍ୟପକ୍ଷେ ଯେହେତୁ ଏ ଯାଏ ୫ଜି ସେବା ଉପଲବ୍ଧ ହୋଇନାହିଁ ଏବେ ଏହାର ଦେୟ କେତେ ରହିବ ତାହା କହିବା ଠିକ୍ ହେବ ନାହିଁ। କିନ୍ତୁ ଜିଓର ୫ଜି ପ୍ଲାନ୍ ୪୦୦ରୁ ୫୦୦ ଟଙ୍କା ହେବ ବୋଲି ଆଶା କରାଯାଉଛି ।

You May Also Like

More From Author

+ There are no comments

Add yours