ଜେରେମି ଲାଲନିରୁଙ୍ଗା ଆଣିଲେ ଦ୍ବିତୀୟ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ମିଳିଛି ପଞ୍ଚମ ପଦକ। ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୬୦ କିଲୋ ଓଜନ ଉଠାଇବାରେ ସଫଳ ହୋଇଛନ୍ତି। ଅର୍ଥାତ ସେ ରେକର୍ଡ ପ୍ରତିଷ୍ଠା କରି ମୋଟ୍ ୩୦୦ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଖାସ୍ କଥା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ସମସ୍ତ ପାଞ୍ଚ ପଦକ ଭାରୋତ୍ତୋଳନରୁ ମିଳିଛି। ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ୪୯ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସଙ୍କେତ ମହାଦେବ ପୁରୁଷ ୫୫ କିଲୋ ଭାରବର୍ଗ ଏବଂ ବିନ୍ଦିୟାରାମୀ ଦେବୀ ମହିଳା ୫୫ କିଲୋ ଭାର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏହା ବାଦ୍ ଗୁରୁରାଜା ପୂଜାରୀ ୬୧ କିଲୋ ଭାର ବର୍ଗରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।

You May Also Like

More From Author

+ There are no comments

Add yours