ପାରା ପାୱାର ଲିଫ୍ଟିଂରେ ସୁଧୀର ଜିତିଲେ ସ୍ୱର୍ଣ୍ଣ ପଦକ

22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଜାରି ରହିଛି । ପାରା ଶକ୍ତି ଉତ୍ତୋଳନରେ (Para Powerlifting) ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁଧୀର । ପୁରୁଷ ହେବିୱେଟ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ 134.5 ପଏଣ୍ଟ ସ୍କୋର କରି ରେକର୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଧୀର।ନାଇଜେରିଆର ଆଇ.ସି ଓବିଚୁକୁ 133.6 ପଏଣ୍ଟ ସହ ରୌପ୍ୟ ଓ ସ୍କଟଲାଣ୍ଡର ମିକି ୟୁଲି 130.9 ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ମହିଳା ଲାଇଟୱେଟରେ ମନପ୍ରୀତ କୌର 89.6 ପଏଣ୍ଟ ସହ ଚତୁର୍ଥ ଏବଂ ସକିନା 87.5 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଅନ୍ୟପଟେ ପୁରୁଷ ଲାଇଟୱେଟରେ ଭାରତର ପରମଜିତଙ୍କ 3ଟି ପ୍ରୟାସ ଫାଉଲ ହୋଇଛି । ସୁଧୀରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ”କମନୱେଲଥ ଗେମ୍ସର ପାରା-ପାୱାରଲିଫ୍ଟରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ସୁଧୀରଙ୍କୁ ଅଭିନନ୍ଦନ । ଉତ୍ସାହଜନକ ପ୍ରଦର୍ଶନ ଏବଂ ଉତ୍ସର୍ଗ ଭାରତ ପାଇଁ ଆଉ ଏକ ପଦକ ଗୌରବ ଆଣିଦେଇଛି । ଆଗାମୀ ସଫଳତା ପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।

You May Also Like

More From Author

+ There are no comments

Add yours