ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ମୈଦଲପୁର ଅଞ୍ଚଳରେ ଝାଡାବାନ୍ତି ଜଣେ ମୃତ, 8 ଆକ୍ରାନ୍ତ

ନବରଙ୍ଗପୁର : କାଶୀପୁର ପରେ କୋରାପୁଟ ଆଉ ଏବେ ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଛି । ଜିଲ୍ଲାର ଝରିଗାଁ ବ୍ଲକ ନନ୍ଦାହାଣ୍ଡି ବ୍ଲକ ପରେ ପାପଡାହାଣ୍ଡି ବ୍ଲକରେ ବି ଝାଡ଼ାବାନ୍ତିର ଭୟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁଳସୀପଦ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ମୈଦଲପୁର ପଞ୍ଚାୟତର ତୁଳସୀପଦ ଗାଁରେ ଜଣଙ୍କ ମୃତ୍ୟୁ ଘଟିଛି ,ମୃତ ବ୍ୟକ୍ତିଙ୍କ ନାଁ ରହି ସାନ୍ତା ।  ଅନେକ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ ଅଞ୍ଚଳ ଗସ୍ତ କରି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ।

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ, ଚାନ୍ଦାହାଣ୍ଡି ବ୍ଲକ, ଓ ବର୍ତମାନ ପାପଡାହାଣ୍ଡି ବ୍ଲକରେ ଡାଇରିଆ ବ୍ୟାପିଥିବା ବେଳେ ରାଇଗଡା, ସୀମା ନିକଟବର୍ତ୍ତୀ ରହିଥିବାରୁ ଯୋଗୁଁ କୋଲେରା ବ୍ୟାପିବା ଆଶଙ୍କା ରହିଛି । ଗାଁରେ ଥିବା ନଳକୂଅ ବହୁଦିନ ହେଲା ସଫା ହୋଇନି। ଏହି  ନଳକୂଅ ପାଣି ପିଇବା ପରେ ଝାଡାବାନ୍ତି ବ୍ୟାପି ଥାଇପାରେ ବୋଲି ଲୋକେ  ଅନୁମାନ କରୁଛନ୍ତି । ତେବେ ଅଂଚଳରେ  4ରୁ 5 ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିଲେ ମଧ୍ୟ ଗାଁ କଲ୍ୟାଣ ସମିତି କିମ୍ବା ସ୍ବାସ୍ଥ୍ୟ ବିଭାଗ କିଭଳି ଜାଣିପାରିଲେନି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏତି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

You May Also Like

More From Author

+ There are no comments

Add yours