Wed. Oct 14th, 2026

କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌ ୨୦୨୬ ଓ ଏଏଫ୍‌ସି କପ୍‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର। କାତାର ପ୍ରଥମରୁ ହିଁ ଆକ୍ରମଣାତ୍ମକ ଭାବରେ ଖେଳ ପ୍ରଦର୍ଶନ କରିଥିଲା। କାତାର ପ୍ରଥମ ପାଞ୍ଚ ମିନିଟ ଭିତରେ ଗୋଟିଏ ଗୋଲ୍‌ ଦେଇ ଭାରତକୁ ପଛରେ ପକେଇ ଦେଇଥିଲା। ସେହିପରି ମ୍ୟାଚ୍‌ର ଦ୍ବିତୀୟ ହାଫରେ ଆଉ ଦୁଇଟି ଗୋଲ ଦେଇ ଭାରତ ଠାରୁ ସଂପୂର୍ଣ୍ଣ ଭାବରେ ମ୍ୟାଚ୍ ଛଡେଇ ନେଇଥିଲା କତାର। ।ଏହାସହିତ ଟେବୁଲରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କାତର ୨ଟି ଯାକ ମ୍ୟାଚ୍ ଜିତି ଟେବୁଲ୍ ଟପରେ ରହିଛି। ତେବେ କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଭାରତ ଓ କତାର ମ୍ୟାଚ୍‌ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା। ଭାରତକୁ ସପୋର୍ଟ କରିବାକୁ ବହୁ ମାତ୍ରାରେ ପ୍ରଶଂସକ କଳିଙ୍ଗକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *