Wed. Oct 14th, 2026

ରାଜନୀତିରେ ହାତେ ମାପି ଚାଖଣ୍ଡେ ଚାଲିବା ଯେତିକି ଆବଶ୳କ କଥା କହିବା ବେଳେ ୧୦୦ ଥର ଭାବିବା ମଧ୍ଯ ସେତିକି ଜରୁରୀ। ରାଜନେତାଙ୍କ ‘ସ୍ଲିପ ଅଫ ଟଙ୍ଗ’ ପାଇଁ ପୁରରୁ ପଲ୍ଲୀ ଯାଏଁ ଏବେ ସବୁଠି ଝଡ଼ ସୃଷ୍ଟି ହେଲାଣି। ଆମେ କହୁଛୁ କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀଙ୍କ ବିଷୟରେ। ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ସମ୍ବୋଧିତ କରିବା ବେଳେ ‘ରାଷ୍ଟ୍ରପତ୍ନୀ’ କହି ଆପତ୍ତିଜନକ ମନ୍ତବ୳ ଦେବା ପରେ ଏବେ ସବୁଠି ରାଜନୀତି ତଥା ସାଧାରଣ ଜନତାଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି। ତେବେ ଏବେ ନିଜର ‘ସ୍ଲିପ ଅଫ ଟଙ୍ଗ’ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ମାନନୀୟ ସାଂସଦ। ସେ ତାଙ୍କ ଚିଠିରେ ସେ ଲେଖିଛନ୍ତି ଯେ ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସର୍ବାଧିକ ସମ୍ମାନ ରହିଛି ଏବଂ ତାଙ୍କ ପକ୍ଷରେ କେବଳ ଜିଭ ଉପରେ ଲଗାମ ନ ପାଇ ହାତରୁ ଖସିଯିବା କାରଣରୁ ବିବାଦ ଉପୁଜିଛି ବୋଲି କ୍ଷମା ମାଗିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଥିଲେ।

ସେ ଏକ ଭିଡିଓ କ୍ଲିପ୍‌ରେ ରାଷ୍ଟ୍ରପତି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିବା ପରେ କଂଗ୍ରେସ ନେତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ତାଙ୍କ ମନ୍ତବ୍ୟକୁ ସଂସଦରେ ବିରୋଧ କରି କ୍ଷମା ମାଗିବାକୁ ବିଜେପି ସାଂସଦମାନେ ତୀବ୍ର ସମାଲୋଚନା କରିଥିଲେ।


କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ନିର୍ମଳା ସୀତାରମଣଙ୍କ ସହ ଅନ୳ ବିଜେପି ନେତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସାଂସଦ ଚୌଧୁରୀଙ୍କ ମନ୍ତବ୍ୟ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ନାରାବାଜିରେ କମ୍ପୁଥିଲା ଗୃହ। ସ୍ମୃତି ଇରାନୀ ଗୁରୁବାର କହିଛନ୍ତି ଯେ ସୋନିଆ ଗାନ୍ଧୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନକୁ ମଞ୍ଜୁର କରିଛନ୍ତି ଏବଂ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ମହିଳାମାନଙ୍କୁ ସାମ୍ବିଧାନିକ ପଦବୀରେ ଅବନତି ଜାରି ରଖିଛନ୍ତି। ଆଦିବାସୀଙ୍କ ବିରୋଧରେ ଠିଆ ହୋଇଛି କଂଗ୍ରେସ। ଶେଷରେ ପରିବେଶ ଏତେ ଗରମ ହୋଇଗଲା ଯେ ସୋନିଆ ଗାନ୍ଧୀ ସ୍ମୃତି ଇରାନୀଙ୍କୁ “ଡୋଣ୍ଟ ଟକ୍ ଟନ ମି” କହି ଚୁପ ହୋଇଗଲେ।

Leave a Reply

Your email address will not be published. Required fields are marked *