Thu. Oct 15th, 2026

ନବରଙ୍ଗପୁର —ନବରଙ୍ଗପୁର୍ ଜିଲ୍ଲା କୋଷାଗୁମୁଡା ବ୍ଲକସଦର ମହକୁମା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଅଞ୍ଚଳର ଚାଷୀ ଚିତ୍ତରଞ୍ଜନ ଗୌଡ ଓ ତନୁଜା ଗୌଡଙ୍କ ଝିଅ ଚିଙ୍କି । ସେ ସର୍ବାଧିକ ୯୦.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟେକ ରଖିଛନ୍ତି। ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ ତାଙ୍କର ଲକ୍ଷ ରଖିଛନ୍ତି। ତାଙ୍କ ସଫଳତା ପାଇଁ ବାପା ମାଁ ଏବଂ ମାମୁଁ ତୁଷାର କାନ୍ତି ଖୋସ୍ଲାଙ୍କୁ ଶ୍ରେୟ ଦେଇଛନ୍ତି।

ବରିଷ୍ଠ ଶିକ୍ଷାବିତ ମନୋଜ କୁମାର ପଟନାୟକ, ସଂଜୀବ କୁମାର ସିଂ ନବରଙ୍ଗପୁର ଜିଲ୍ଲା ଏଣ୍ଟି କରେପ ସନ୍ ପାଉଣ୍ଡ ସେନ ଅଫ ଇଣ୍ଡିଆ ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଉପସଭାପତି ହିମାଂଶୁ ଶେଖର ବାଘ ମୁଖ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ଜଗନ୍ନାଥ ନାୟକ, କୋଷାଗୁମୁଡ଼ା ବ୍ଲକ୍ ସଭାପତି ପୂର୍ଣ୍ଣ ମିର୍ଗାନ ପ୍ରମୁଖ ଚିଙ୍କି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରୀଙ୍କ ଏହି ସଫଳତା ପାଇଁ କୋଷାଗୁମୁଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ନବରଙ୍ଗପୁର ଜିଲ୍ଲାରୁ ନିର୍ମଳ ବିଷୋୟୀ

Leave a Reply

Your email address will not be published. Required fields are marked *