ଗିରଫ ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଛି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ(ଏସଏସସି) ନିଯୁକ୍ତି ଦୁର୍ନୀତି ମାମଲାରେ ସେ ଗିରଫ ହୋଇଛନ୍ତି । ଦୁର୍ନୀତି ସମୟରେ ପାର୍ଥ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିଲେ । ଗିରଫଦାରୀ ପୂର୍ବରୁ ଶୁକ୍ରବାର ସକାଳେ ଇଡି ତାଙ୍କ ଘରେ ଚଢାଉ କରିଥିଲା । ଅନ୍ୟପଟେ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଏବେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଜଣାପଡିଛି ।

ମନ୍ତ୍ରୀଙ୍କ ଗିରଫ ହେବାର ପୂର୍ବରୁ ତଥା ଶୁକ୍ରବାର ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଥିଲା । ତାଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହୋଇଥିଲା । ଏସଏସସି ଦୁର୍ନୀତିରୁ ଏହି ଟଙ୍କା ଆସିଥିବାର ସନ୍ଦେହ କରାଯାଉଛି । ଏହି ଘଟଣାରେ ଇଡି ଅର୍ପିତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିବା ସମୟରେ ଏସଏସସି ଜରିଆରେ ସରକାରୀ ସ୍କୁଲଗୁଡିକରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଇଡି କରୁଛି ।

You May Also Like

More From Author

+ There are no comments

Add yours