Thu. Oct 15th, 2026

ସାମାଜିକ ଗଣମାଧ୍ଯମ ତଥା ଫଟୋ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର। ଯାହା ଦ୍ବାରା ଆପ୍ ମଧ୍ୟରେ ଜିନିଷ କିଣାବିକାର ସୁବିଧା ଚାଟ୍ ଦ୍ବାରା ସମ୍ଭବ ହେବ। ବର୍ତ୍ତମାନ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଚାଟ ବକ୍ସରେ ସହିତ ସେମାନଙ୍କର କ୍ରୟ ପାଇଁ ଦେୟ ଦେବାର ସୁବିଧା ମିଳିବ। ମାର୍କ ଜୁକରବର୍ଗ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ମାଧ୍ୟମରେ ଏହି ଫିଚର ବିଷୟରେ ଘୋଷଣା କରିଛନ୍ତି। ତେବେ ଏହି ସୁବିଧା କେବଳ ଆମେରିକାରେ ଲଞ୍ଚ କରାଯାଇଛି। କିନ୍ତୁ ଖୁବ୍ ଶୀଘ୍ର ଏହା ଅନ୍ୟ ଦେଶରେ ମଧ୍ୟ କାର୍ଯ୳କାରୀ ହେବ।

ଏହି ନୂଆ ଫିଚର ସହ ମେଟାକୁ ଆପ୍ ମଧ୍ୟରେ ପେମେଣ୍ଟ ଗେଟୱେ ନିୟନ୍ତ୍ରଣ କରିବାକୁ ଅନୁମତି ଦେବ, ଯାହା ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଆପ୍ ଏକ ଇ-କମର୍ସ ସମାଧାନ ଭାବରେ କାମ କରିବ। ଏଥିରେ ପ୍ରୋଜେକ୍ଟ ଦେଖିବା ଠାରୁ ଆରମ୍ଭ କରି ଚୟନ କରିବା ଏବଂ ବର୍ତ୍ତମାନ ଏହା ପାଇଁ ଦେୟ ଦେବା ପର୍ଯ୍ୟନ୍ତ, ଆପ୍ ଭିତରେ ସମସ୍ତ ବିକଳ୍ପ ପାଇହେବ।

Leave a Reply

Your email address will not be published. Required fields are marked *