Thu. Oct 15th, 2026

ହ୍ୱାଟ୍ସଆପ ଆଣିବାକୁ ଯାଉଛି ଆଉ ଏକ ବେଷ୍ଟ ଫିଚର୍। ଯାହା ଦ୍ଵାରା ଚାଟିଂ କରିବା ହେବ ଆହୁରି ମଧ୍ୟ ସହଜ। ଏହା ଏକ ନୂଆ ମଜାଦାର ଫିଚର୍ ଆଣିବାକୁ ଯାଉଛି, ଯାହାଦ୍ଵାରା ଏହି ଆପ୍ ଅବତାର ଆଧାରିତ ଷ୍ଟିକର ଆଣିବ ଓ ଏହା ଆପଣ ନିଜ ବନ୍ଧୁଙ୍କ ପାଖକୁ ସେୟାର କରି ପାରିବେ। ଏହି ଫିଚର୍ ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍ ପରି ପରି ସୋସିଆଲ ମିଡିଆରେ ଅନେକ ସମୟ ଧରି ଚାଲିଛି। ଯାହାକି ୟୁଜରମାନେ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଅବତାର ଫିଚର୍ ର ବ୍ୟବହାର କରି ଆପଣ ନିଜର ଭର୍ଚୁଆଲ ରିପ୍ରେଜେଣ୍ଟେସନ କରି ତାକୁ ଚାଟିଂରେ ସେୟାର କରି ପାରିବେ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ହ୍ୱାଟ୍ସଆପ ନିଜର ଅବତାର ତିଆରି କରିବା ପାଇଁ କୋଡ ଡିଜାଇନ୍ କରିଛି। ଏହା ଛଡ଼ା ଭିଡ଼ିଓ କଲ୍ କରିବା ସମୟରେ ମଧ୍ୟ ଆପଣ ନିଜର ଫେସ୍ ମାସ୍କ ବ୍ୟବହାର କରିପାରିବେ। ଏହି ଅପଡେଟରେ ହ୍ୱାଟ୍ସଆପ ନିଜର ଏକ ଭିନ୍ନ ଫିଚର୍ ଲଞ୍ଚ କରିବ। କୁହାଯାଉଛି ଯେ ଏହି ଫିଚରରେ ନିଜର ଅବତାର ତିଆରି କରିବା ଠାରୁ ନେଇ ଏହାକୁ କଷ୍ଟମାଇଜ୍ କରିବା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ପରେ ଏହାକୁ ସେଭ୍ କରି ଭିନ୍ନ ଭିନ୍ନ କ୍ୟାପସନ୍ ଲେଖି ସାଙ୍ଗ ମାନଙ୍କୁ ସେୟାର କରି ପାରିବେ।

ତେବେ ବର୍ତ୍ତମାନ ଏହି ଫିଚର୍ ଡେଭେଲପମେଣ୍ଟ ଷ୍ଟେଜରେ ଅଛି। ଡେଭେଲପମେଣ୍ଟ ପରେ ଟେଷ୍ଟ ହେବ, ପରେ ଏହାକୁ ବିଟା ୟୁଜର୍ସଙ୍କ ପାଖରେ ପହଞ୍ଚାଯିବ। ଏହି ସଂପୂର୍ଣ୍ଣ ପ୍ରକ୍ରିୟାରେ କିଛି ମାସର ମାତ୍ର ସମୟ ଲାଗିବ। କିନ୍ତୁ ଏହି ଫିଚର୍ ଖୁବ୍ ଆକର୍ଷଣୀୟ ହେବ ଓ ଏହାକୁ ଅଧିକ ୟୁଜର ବ୍ଯବହାର ମଧ୍ୟ କରିବେ ବୋଲି କମ୍ପାନୀ କହିଛି।

Leave a Reply

Your email address will not be published. Required fields are marked *