Thu. Oct 15th, 2026

ଓଡ଼ିଶାର ପୁରପଲ୍ଲୀରେ ରଜ ପର୍ବ ବଡ଼ ଧୁମଧାମ୍ ରେ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡିନି ନିଳାଦ୍ରୀବିହାର ସ୍ଥିତ ହରେକୃଷ୍ଣ ବସ୍ତିର ସରକାରୀ ଉଚ୍ଚ ବିଦ୍ଯାଳୟ। ସ୍କୁଲର ‘ବର୍ଣ୍ଣୋବୋଧ ପାଠଶାଳା’ ର ୧୨୦ ଜଣ କୁନି କୁନି ପିଲାଙ୍କୁ ନେଇ ରଜପର୍ବ ପାଳିତ ହୋଇଯାଇଛି।

ଥିଓସୋଫିକାଲ ଅର୍ଡର ଅଫ ସର୍ଭିସର ସଭାପତି ଶ୍ରୀମତୀ ଦୀପା ପାଢ଼ୀ କୁନିକୁନି ପିଲାଙ୍କ ଗହଣରେ ରଜପର୍ବ ପାଳନ କରି ଖୁସି ବ୍ଯକ୍ତ କରିଥିଲେ । ପୁଅ ଆଦିତ୍ଯ ପଣ୍ଡାଙ୍କ ଜନ୍ମଦିନ ଅବସରରେ କୁନିକୁନି ପିଲାମାନଙ୍କୁ ସେ ବିସ୍କୁଟ୍ ଏବଂ ସ୍କୁଲ୍ ବ୍ଯାଗ ବଣ୍ଟନ କରିଥିଲେ । ବର୍ଣ୍ଣୋବୋଧ ପାଠଶାଳାର କର୍ମକର୍ତ୍ତା ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ଉଦ୍ଯମକୁ ପ୍ରଶଂସା କରିବା ସହ ବର୍ଣ୍ଣୋବୋଧ ପାଠଶାଳାକୁ ଆହୁରି ବ୍ଯାପକ କରିବାକୁ ପରାମର୍ଶ ଦେଇଥିଲେ। ବର୍ଣ୍ଣୋବୋଧ ପାଠଶାଳା ମାଧ୍ୟମରେ ବସ୍ତି ପିଲାମାନଙ୍କର ପ୍ରାଥମିକ ଶିକ୍ଷା ସଶକ୍ତ ହେଇପାରିବ ବୋଲି ମତବ୍ଯକ୍ତ କରିଥିଲେ । ଏହି ଅବସରରେ ପଶୁପ୍ରେମୀ ପ୍ରଦୀପ ଦାଶ, ଯଶୋଦା ମାଆ ପରିବାରର ଶୁଭେଚ୍ଛୁ ବର୍ଷା, ପ୍ରଜ୍ଞା, ଜ୍ଯୋତି,ସଞ୍ଜୟ  ଓ  ବର୍ଣ୍ଣୋବୋଧ ପାଠଶାଳାର ସମସ୍ତ ଗୁରୁମା ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ।

କାର୍ଯ୍ୟକ୍ରମର ମୁଖ୳ ଉଦ୍ଦେଶ୳ ଥିଲା  କୁନିକୁନି ପିଲାମାନଙ୍କ ଓଠରେ ହସ ଫୁଟାଇବା। “ଲାଇକ୍ ଚିଲଡ୍ରେନ୍ ଲାଇକ୍ ଗଡ୍” ଉକ୍ତିକୁ ପ୍ରମାଣ କରିଥିଲା ଏହି ପ୍ରୋଗ୍ରାମ। ଶେଷରେ ଶ୍ରୀମତୀ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହା ମଧ୍ୟ ପ୍ରତିପାଦିତ କରିଥିଲେ ଯେ,

“ଶିକ୍ଷାର ବିକାଶ ନିଜର ବିକାଶ,

ଶିକ୍ଷାର ବିକାଶ ସମାଜର ବିକାଶ

ଶିକ୍ଷାର ବିକାଶ ଦେଶର ବିକାଶ ଶିକ୍ଷା ସମସ୍ତଙ୍କ ର ମୌଳିକ ଅଧିକାର ତେଣୁ କେହି ଯେପରି ଶିକ୍ଷା ରୁ ବଞ୍ଚିତ

Leave a Reply

Your email address will not be published. Required fields are marked *