Wed. Oct 14th, 2026

ସରିଯାଇଛି ଏ ବର୍ଷର ସବୁଠାରୁ ବଡ଼ ପର୍ବ ଆଇପିଏଲ। କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟରେ ଚାମ୍ପିଆନ ହୋଇଛି ଗୁଜୁରାଟ ଟାଇଟନ୍ସ। ତେବେ ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଛାଇଯାଇଛି ଦେଶପ୍ରେମର ଧାରା। ଆଇପିଏଲର କ୍ଲୋସିଙ୍ଗ ସେରିମନିରେ ଦର୍ଶକଙ୍କ ଦ୍ବାରା ‘ବନ୍ଦେ ମାତରମ’ ବୋଲାଯାଉଥିବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି। ଲକ୍ଷାଧିକ ଦର୍ଶକ ଏହି ଗୀତ ଗାଇଥିଲେ। ଦେଶାତ୍ମବୋଧ ପରିବେଶରେ ପୂରି ଉଠୁଥିଲା ନରେନ୍ଦ୍ର ମୋଦି ଷ୍ଟାଡିଅମ।

ଆଇପିଏଲର କ୍ଲୋସିଙ୍ଗ ସେରିମନିରେ ଦର୍ଶକଙ୍କୁ ଝୁମେଇବା ପାଇଁ ବଲିଉଡ ସଙ୍ଗୀତଜ୍ଞ ଏ ଆର୍ ରେହମାନ ଓ ଅଭିନେତା ରଣବୀର ସିଂ ମଞ୍ଚସ୍ଥ ହୋଇଥିଲେ । ତାଙ୍କ ଗୀତର ତାଳେ ତାଳେ ଝୁମିଥିଲେ କ୍ରିକେଟ ପ୍ରେମୀ। ରେହମାନଙ୍କ ସହ ‘ବନ୍ଦେ ମାତରମ’ ଗାଇଥିଲେ ୧ ଲକ୍ଷରୁ ଅଧିକ ଲୋକ। ଯାହା ଏବେ ସାମାଜିକ ଗଣମାଧ୍ୟମକୁ ଦେଶପ୍ରମରେ ବୁଡେଇ ଦେଇଛି। ଏହି ଟ୍ରେଣ୍ଡିଙ୍ଗ ଭିଡିଓ ସୋସିଆଲ ମିଡିଆ ୟୁଜର୍ସମାନେ ଖୁବ ପସନ୍ଦ କରୁଥିବା ବେଳେ, ବହୁମାତ୍ରାରେ ସେୟାର କରୁଛନ୍ତି ।

Leave a Reply

Your email address will not be published. Required fields are marked *