Wed. Oct 14th, 2026


ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଉତ୍ସବ l ଶ୍ରୀକ୍ଷେତ୍ରରେ ବଡ଼ ଧୁମ୍ ଧାମରେ ପାଳିତ ହୋଇଥାଏ ଏହି ଉତ୍ସବ। ଏହା ଶ୍ରୀକ୍ଷେତ୍ରେ ଭଉଁରୀ ନାମରେ ଖ୍ୟାତ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଛଡା ବାକି ଅନ୍ୟ ଆଡେ ଏହାର ପରଦିନ ଭଉଁରୀ ନୀତି ଅନୁଷ୍ଠିତ ହୋଇଥାଏ l ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ମହାପ୍ରଭୁଙ୍କର ଦ୍ଵାଦଶ ଯାତ୍ରା ମଧ୍ୟରୁଏହା ସବୁଠୁ ଦୀର୍ଘ ଦିନ ଧରି ଚାଲିଥାଏ। ଏଏହା ମୋଟ ୪୨ ବ୍ୟାପୀ ହୋଇଥାଏ। ଅର୍ଥାତ୍ ଏଥିରୁ ପ୍ରଥମ ୨୧ ଦିନ ବାହାର ଚନ୍ଦନ ଏବଂ ଦ୍ଵିତୀୟ ପର୍ଯ୍ୟାୟର ୨୧ ଦିନ ଭିତର ଚନ୍ଦନ ଅନୁଷ୍ଠିତ ହୋଇଥାଏ। ତେବେ ପ୍ରଥମ ପର୍ଯ୍ୟାୟର ହେଉଥିବା ବାହାର ଚନ୍ଦନର ଶେଷ ଦିନକୁ ଭଉଁରୀ ଯାତ୍ରା ବୋଲି କୁହାଯାଏ। ଏହି ଦିନ ଶ୍ରୀ ମହାପ୍ରଭୁ ଙ୍କ ଦୀର୍ଘ ୨୧ ଦିନ ଧରି ଚାଲିଥିବା ବାହାର ଚନ୍ଦନ ଯାତ୍ରା ର ସମାପ୍ତି ହୁଏ ଓ ତତ୍ପରେ ପୁନଶ୍ଚ ୨୧ ଦିନ ଵ୍ୟାପୀ ଭିତର ଚନ୍ଦନ ର ଅୟମାରମ୍ଭ ହୁଏ l

ବାହାର ଚନ୍ଦନ ଯାତ୍ରା ର ଦିନ ଚାପ ୧ ଘେରା ଓ ରାତ୍ରୀ ଚାପ ୩ ଘେରା ହେଉଥିବା ବେଳେ ଭଉଁରୀ ଦିନ ଶ୍ରୀ ମହାପ୍ରଭୁ ଙ୍କ ୨୧ ଘେରା ଚାପ ଅନୁଷ୍ଠିତ ହୋଇଥାଏ l ଏହି ଦିନ ମୁଦିରସ୍ତ ଙ୍କ ଦ୍ୱାରା ହଳଦୀପାଣି ନୀତି ଓ ଆଳତି ବନ୍ଦାପନା ମଧ୍ୟ ଅନୁଷ୍ଠିତ ହୋଇଥାଏ l ଏହା ସହ ମଧ୍ୟ ଶ୍ରୀ ମହାପ୍ରଭୁ ଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନିମନ୍ତେ ଚକ ଡେରା ନୀତି ଅନୁଷ୍ଠିତ ହୋଇଥାଏ l ମହାପ୍ରଭୁ ଙ୍କ ଆଜ୍ଞାମାଳ ଆସିବା ପରେ ରଥ ର ଚକ ଓ ଅଖ କୁ ଭୋଇ ସେବକ ଙ୍କ ଦ୍ୱାରା ସଂଯୋଗ କରାଯାଇଥାଏ l ଏହା ସହ ବାହାର ଚନ୍ଦନ ଯାତ୍ରା ର ସମାପ୍ତି ସହ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୁଏ l ୨୧ ଦିନିଆ ଭିତର ଚନ୍ଦନ ରେ ଶ୍ରୀ ମହାପ୍ରଭୁ ଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ଓ ଚନ୍ଦନ ଲାଗି ବେଶ ହେବା ସହ ଆଲଟ ଲାଗି ଜାରି ରହିଥାଏ । ଏହି ଯାତ୍ରାରେ ସାମିଲ ହୁଅନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ପଞ୍ଚମହଦେବଙ୍କୁ ଧରି ଚଳନ୍ତି ବିଗ୍ରହ ମାନେ ଆଜ୍ଞା ପାଇ କେବଳ ୪ ଦିନ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡା ମଣ୍ଡପ ରେ ଜଳକ୍ରୀଡା କରିଥାନ୍ତି l ସେହି ୪ ଦିନ ହେଉଛି ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ(ଆରଣ୍ୟକ ଷଷ୍ଠୀ) ଓ ରୁକ୍ମିଣୀ ହରଣ ଏକାଦଶୀ l ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ରେ ଜଳକ୍ରୀଡା କରୁଥିବା ବେଳେ ଶ୍ରୀ ଦୋଳଗୋବିନ୍ଦ ଓ ଭୁଦେବୀ ରୁକ୍ମିଣୀ ହରଣ ଏକାଦଶୀ ଦିନ ଜଳକ୍ରୀଡା କରିଥାନ୍ତି କାରଣ ଏହି ଦିନ ଶ୍ରୀ ମଦନମୋହନ ଙ୍କ ସହ ଶ୍ରୀଦେବୀ ଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ l ଅନ୍ୟପଟେ ଚଳଚଞ୍ଚଳ ହୋଇ ପଡ଼ିଛି ରଥଖଳା।

Leave a Reply

Your email address will not be published. Required fields are marked *