Wed. Oct 14th, 2026

ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। ପ୍ରିୟଦର୍ଶୀ ମିଶ୍ର ୨୦୧୪ରୁ ୨୦୧୯ ଯାଏ ଉତ୍ତର ଭୁବନେଶ୍ବରର ବିଧାୟକ ଥିଲେ। ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିିକେଟ୍ ଦେଇଥିଲା । ସେ ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଜୁଆଇଁ। ପ୍ରିୟଦର୍ଶୀ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତେଵେ ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତ ପୁଣିଥରେ ବିଜେଡି ଟିକେଟରେ ଏଠାରୁ ଲଢ଼ିବେ। ଏ ନେଇ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇଛି। ସୁଶାନ୍ତଙ୍କ ସମର୍ଥକ ଉତ୍ସାହିତ। ଏପଟେ ବିଜେଡି ଟିକେଟ୍ ପାଇବାକୁ ଅନ୍ୟତମ ଆଶାୟୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଥିଲା। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପରଠାରୁ ଶ୍ରୀ ମିଶ୍ର କୌଣସି ବନ୍ଧୁମିଳନ କିମ୍ବା ସମାବେଶ କରୁ ନ ଥିଲେ। ଯଦି ବିଜେଡିରୁ ଟିକେଟ୍ ନ ପାଆନ୍ତି ତେବେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନା ଅନ୍ୟ କୌଣସି ଦଳରେ ନିଜର ଭାଗ୍ୟ ପରୀକ୍ଷା କରାଇବେ, ସେ ନେଇ ଚିତ୍ର ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଶ୍ରୀ ମିଶ୍ର କହିଥିଲେ ଯେ ଯେ ଏଥର ନିର୍ବାଚନ ନିଶ୍ଚିନ୍ତ ଲଢ଼ିବେ। କିଭଳି ଲଢ଼ିବେ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *