Wed. Oct 14th, 2026

ଭିନ୍ନ ଢଙ୍ଗରେ ଗଞ୍ଜେଇ ଚାଲାଣକାରୀକୁ କାବୁ କଲା ପୋଲିସ । ସୁବର୍ଣ୍ଣପୁର- ବୁର୍ଡା ରାସ୍ତାର ଅର୍ଜୁନପୁର ଠାରେ ପୋଲିସ ଚେକିଙ୍ଗ କରୁଥିବା ସମୟରେ ହାର୍ଭେଷ୍ଟର ବୋଝେଇ ଏକ ଇଚର ଟ୍ରାକ୍ଟରକୁ ଅଟକାଇଥିଲା ପୋଲିସ । ଟ୍ରାକ୍ଟରରେ ହାର୍ଭେଷ୍ଟର ସହିତ କିଛି ବସ୍ତା ମଧ୍ୟ ଲଦା ହୋଇଥିଲା । ସୋନପୁର ପୋଲିସ ତାହା ଯାଞ୍ଚ କରିବା ସମୟରେ ସେଗୁଡିକ ଗଞ୍ଜେଇ ବୋଲି ଜାଣିଥିଲା । ତେବେ ତାକୁ ଜବତ କରିବା ସହିତ ଉଭୟ ଟ୍ରାକ୍ଟର, ହାର୍ଭେଷ୍ଟର ଓ ଚାଲାଣରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଦ୍ବୟ ବୌଦ୍ଧ ଜିଲ୍ଲା ଖଟଖଟିଆ ଗାଁ ର ରିଲୁ ବିଶି ଓ ମାନସ ଭୋଇ ହୋଇଥିବାବେଳେ ୪ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ସେହିପରି ମାର୍ଚ୍ଚ ମାସ ପ୍ରଥମରୁ ଆଜିଯାଏଁ ସୋନପୁର ଥାନାରେ ୮ ଟି ଏଣ୍ଡିପିଏସ ମାମଲା ରୁଜୁ ହେବ ସହିତ ୫୨୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ୧୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରଖି ଅଧିକ୍ଷକ ।

Leave a Reply

Your email address will not be published. Required fields are marked *