Wed. Oct 14th, 2026

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ବିନୋଦ ପାତ୍ର ଙ୍କ ନେତୃତ୍ବରେ ସ୍ଥାନିୟ ଗ୍ରୀନପାର୍କ ହୋଟେଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମି ନିର୍ବାଚନ କୁ ଦୃଷ୍ଟିରେ ରଖି ଦଳୀୟ ନିର୍ବାଚନୀ ଇସ୍ତାହାର ତଥା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ ହୋଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଯୋଗଦେଇ କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି କାର୍ଡକୁ ଉନ୍ମୋଚନ କରି ଏହାର ଆଧାର ରେ ଏଥର ଦଳ ଲୋକମାନଙ୍କ ପାଖରେ ପହଞ୍ଚିବ ବୋଲି କହିଥିଲେ। ଏହାସହ କଂଗ୍ରେସ ଦଳ ରାଜ୍ୟ ତଥା କେନ୍ଦ୍ରରେ ଶାସନକୁ ଆସିଲେ କୃଷକ ମାନଙ୍କ କୃଷି ଋଣ ଛାଡ, ବିଜୁଳି ୨୦୦ ୟୁନିଟ ପର୍ଯ୍ୟନ୍ତ ମୁକ୍ତ, ପ୍ରତ୍ୟେକ ପରିବାର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନା ରେ ୨୦୦୦ ଟଙ୍କା , ଏବଂ ଆଦିବାସୀ ମହିଳାଙ୍କୁ ୩୦୦୦ ଟଙ୍କା ସହାୟତା, ଗ୍ୟାସ ଦର ୫୦୦ ଟଙ୍କା, ୫ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଋଣ ମାଫ, ସମସ୍ତ ନାଗରିକଙ୍କୁ ୨୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଘୋଷଣା, ୧୦୦ ଦିନ ମଧ୍ୟରେ ଜାତି ଭିତ୍ତିକ ଜନ ଗଣନା, ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା, ଭଳି ୧୦ ଗୋଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି ା ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି ଗୌରୀ ଶ୍ୟାମ ପଣ୍ଡା ,କଂଗ୍ରେସ ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ, ସୁଧୀର ପଣ୍ଡା, ପ୍ରିୟବତ ସାହୁ, ରାଜେଶ ମିଶ୍ର ଙ୍କ ସମତେ ଜିଲ୍ଲା କଂଗ୍ରେସ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *