Wed. Oct 14th, 2026

ସାଧାରଣ ନିର୍ବାଚନ ୨୦୨୪ର ପ୍ରସ୍ତୁତି ନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ତିରୁମାଲା ନାୟକ ରାୟଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି l ଶନିବାର ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଆରୋକ୍ଷୀ ଅଧିକ୍ଷକ ହରିଶ ବି. ସି, ଅତିରକ୍ତ ଜିଲ୍ଲାପାଳ ଭlସ୍କର ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଗୁଣୁପୁର କିରଣ ଦୀପ କୌର, ଉପଜିଲ୍ଲାପାଳ ରାୟଗଡ କଲ୍ୟାଣୀ ସଂଘମିତ୍ରା ଦେଵୀ ପ୍ରମୁଖ ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆୱାସିକ ବିଦ୍ୟାଳୟ ଶିରୀଗୁଡା ଓ଼ ତାପରେ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ହେବାକୁ ଥିବା ଷ୍ଟ୍ରଙ୍ଗ ରୁମ, ଏହାର ପରିସର ଆନୁଧ୍ୟାନ କରିଥିଲେ।
ଏହାପରେ ଜିଲ୍ଲାପରିଷଦ ସମିଳନୀ କକ୍ଷ ଠାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନାୟକ ପୋଲିଙ୍ଗ ଅଧିକାରୀ ଓ଼ ନିର୍ବାଚନ କାର୍ଯ୍ୟରେ ଜଡିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ କହିଥିଲେ ଯେ ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଅନୁଷ୍ଠିତ ସେଥି ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିସ ଓ଼ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିବl ଆବଶ୍ୟକ। ସମସ୍ତଙ୍କୁ ସତର୍କ କରାଇଥିଲେ ଯେ କୌଣସି କର୍ମଚାରୀଙ୍କ ଯୋଗୁଁ ଯେପରି ନିର୍ବାଚନ କାର୍ଯ୍ୟ ଯେପରି ଅସୁବିଧା ନହୁଏ l ଫ୍ଲାଇଙ୍ଗ ସ୍କୁଆଡ଼, ଷ୍ଟାଟିକ ସର୍ଭେ ଲାନ୍ସ, ଅବକାରୀ, ପୋଲିସ ଆଦି ତୀକ୍ଷଣ ନଜର ରଖିବେ। ନିର୍ବାଚନ କାର୍ଯ୍ୟରେ ଯେପରି ଅର୍ଥବଳ ଓ଼ ନିଶା କରବାର ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ ଯେପରି ନକରିବେ ସେଥିପାଇଁ କଡାକଡି ଯାଞ୍ଚ କାରିବେ ଓ଼ ସତର୍କତା ଅବଲମ୍ବନ କରିବେ ବୋଲି କହିଥିଲେ । ଚଳିତ ବର୍ଷ ନିର୍ବାଚନରେ ପ୍ରଥମ କରି ଘରେ ଘରେ ଯାଇ ବୃଦ୍ଧା ମାନଙ୍କୁ ପାଞ୍ଚଦିନ ପୂର୍ବରୁ ଭୋଟ ଦେବା ପାଇଁ ବ୍ୟବସ୍ଥା କରିବେ l ଚଳିତ ବର୍ଷ ପୋଲିଙ୍ଗ ପାର୍ଟି ଭୋଟ କେନ୍ଦ୍ରକୁ ଗୋଟିଏ ଦିନ ପୂର୍ବରୁ ଗସ୍ତ କରିବେ l କର୍ମଚାରୀ ମାନେ କାହାଦ୍ୱାର ପ୍ରଭାବିତ ହେବେ ନାହିଁ ଏବଂ ନିରୋପେକ୍ଷ ଆଚରଣ କରିବା ଆବଶ୍ୟକ ବୋଲି କହିଥିଲେ।
ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲମୋହନ ରାଉତରାୟ,ଆଦର୍ଶ ଆଚରଣ ବିଦ୍ଧି ନୋଡାଲ ଅଧିକାରୀ ଡ଼ଃ ଦୟାନିଧି ବାଗ, ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ,ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାମଙ୍ଗଳ ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ,ବିଡ଼ିଓ,ତହସିଲଦାର,ରାୟଗଡ ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓ଼ହେଲ, ଫ୍ଲାଇଙ୍ଗ ସ୍କ୍ୱାଆଡ଼,ନୋଡାଲ ଅଧିକାରୀ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ l

Leave a Reply

Your email address will not be published. Required fields are marked *